ଫନି ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୬ ଶହ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌

‘ଫନି’ ପାଇଁ ୧୬ ଶହ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟାରେ ଉଜୁଡ଼ିଥିବା ଚାଷ ପାଇଁ ଇନପୁଟ୍ ସବସିଡି ମିଳିବ । ସବୁଦିନିଆ ଫସଲ ହେଉଥିବା ଜମି ପାଇଁ ୧୮ ହଜାର ଟଙ୍କା ସହାୟତା ରାଶି ମିଳିବ । ସେହିପରି ଜଳସେଚିତ ଜମି ପାଇଁ ମିଳିବ ୧୩ ହଜାର ୫୦୦ ଟଙ୍କା ଏବଂ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ଦିଆଯିବ । ପାନ ବରଜ ଚାଷୀଙ୍କୁ ୧୫ ହଜାର ଟଙ୍କା ସହାୟତା ପାଇବେ । ଛତୁଚାଷ ୟୁନିଟ୍ ପ୍ରତି ୪୦ ହଜାର ଓ କଦଳୀ ଚାଷୀଙ୍କୁ ହେକ୍ଟର ପ୍ରତି ୨୫୦୦୦ ଟଙ୍କା ଦିଆଯିବ । ପ୍ରଭାବିତ ଜିଲ୍ଲାରେ ଲକ୍ଷେ ପନିପରିବା ମିନିକିଟ୍ ମିଳିବ । ସେହିପରି ବାତ୍ୟାରେ ମୃତ ଗାଈ ଓ ମଇଁଷି ପାଇଁ ୩୦ ହଜର ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରାଯାଇଛି । ସେହିପରି ମୃତ ଛେଳି ପାଇଁ ୩୦୦୦ ଟଙ୍କା ମିଳିବ । କ୍ଷତିଗ୍ରସ୍ତ ଚାଷୀ ଓ ଝଐଏଙ୍କୁ ଗାଈଗୁହାଳ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ମତ୍ସ୍ୟଜୀବୀଙ୍କୁ ୠଜଚ ବୋଟ୍ ପାଇଁ ୫୦% ସହାୟତା ଓ ଜାଲ ପାଇଁ ୫୦ ପ୍ରତିଶତ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.