ଖବର କାଗଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲେଖା, ଶୀର୍ଷକରେ ରହିଛି ‘ଏ ମାଟିର କନ୍ୟା’

ଭୁବନେଶ୍ୱର (କେନ୍ୟୁଜ): ଖବର କାଗଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲେଖା । ଏହି ଲେଖାର ଶୀର୍ଷକ ରହିଛି ‘ଏ ମାଟିର କନ୍ୟା’ । ୨୫ ତାରିଖରେ ସଂସଦ ଭବନରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେଉଥିବା ମୁହୂର୍ତ୍ତକୁ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି । ଓଡ଼ିଶା ମାଟିର କନ୍ୟା। ଜଣେ ଜନଜାତି ଝିଅ, ଜଣେ ମାଆ, ଜଣେ ଭଉଣୀ, ଭାରତବର୍ଷର ସର୍ବୋଚ୍ଚ ସମ୍ବିଧାନିକ ପଦବୀରେ ଅଧିଷ୍ଠିତ।

cm

ଜୁଲାଇ ୨୫ ତାରିଖ, ସମୟ ପୂର୍ବାହ୍ନ ୧୦ଟା ୧୪ ମିନିଟ୍‌। ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ନୂଆଦିଲ୍ଲୀର ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ଯେତେବେଳେ ମୁଁ ଦ୍ରୌପଦୀ ମୁର୍ମୁ…ଶବ୍ଦ ଉଚ୍ଚାରିତ ହେଉଥିଲା, ତାହାଥିଲା ପ୍ରତି ଓଡ଼ିଆଙ୍କ ପରି ମୋ ପାଇଁ ଗୌରବର ସର୍ବଶ୍ରେଷ୍ଠ ମୁହୂର୍ତ୍ତ। ଇତିହାସର ସେହି ସ୍ୱର୍ଣ୍ଣିମ ଅବସରରେ ସାମିଲ ହେବା ଥିଲା ମୋର ସୌଭାଗ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ସେଦିନର ମୋର ବିନମ୍ର ଉପସ୍ଥିତି ଥିଲ ସମସ୍ତଙ୍କ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ସମୁଚିତ ସମ୍ମାନ ପ୍ରଦର୍ଶନ। ମୁଖ୍ୟମନ୍ତ୍ରୀ ବଖାଣିଲେ ମହିଳା ସଶକ୍ତିକରଣର ଗାଥା, ମିଶନ ଶକ୍ତିରେ ସଶକ୍ତ ମହିଳା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.