ପ୍ରାଚୀନ ଲେଖାକୁ ଡିଜିଟାଇଜେସନ୍ କରି ଇଣ୍ଟରନେଟରେ ଛାଡୁଥିବା ପ୍ରତୀକ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ  ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର : ପ୍ରାଚୀନ ଲେଖାକୁ ଡିଜିଟାଇଜେସନ୍ କରି ଇଣ୍ଟରନେଟରେ ଛାଡୁଥିବା ପ୍ରତୀକ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଦିତ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ ବର୍ଷୀୟ ପ୍ରତୀକ ଏବେ ବିଜେବି କଲେଜର ଛାତ୍ର । ଇତିହାସରେ ଲିପିବଦ୍ଧ ହୋଇ ରହିଯାଇଥିବା ଓଡିଆ ସଂସ୍କୃତିକୁ ସାଉଁଟିବାରେ ଲାଗିଛନ୍ତି କୋରାପୁଟର ପ୍ରତୀକ ପଟ୍ଟନାୟକ ।

ପୁରୁଣା କାବ୍ଯ, ଗଳ୍ପ ,ହଜିଯାଇଥିବା କବିତା ଓ ଲେଖାକୁ ସଂଗ୍ରହ କରି ତାକୁ ଦେଇଛନ୍ତି ଡିଜିଟାଇଜେସନର ରୂପ । ଯାହାର ନାଁ ଦେଇଛନ୍ତି ପୋଥି । ଏଯାଏଁ ୫୦ ରୁ ଅଧିକ କବି ଓ ଲେଖକଙ୍କ ରଚିତ କବିତା ଓ ଲେଖାକୁ ଡିଜିଟାଇଜ୍ କରିସାରିଲେଣି ।

ଯୁଗ ବଦଳିବା ସଙ୍ଗେ ସଙ୍ଗେ ଏହି କାହାଣୀ ଗୁଡ଼ିକର ଲୋକପ୍ରିୟତା ଲୁଚିଗଲା । ତେବେ ଓଡ଼ିଶାର କାହାଣୀ ଗୁଡ଼ିକୁ ପୁଣି ଥରେ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରତୀକଙ୍କ ପ୍ରୟାସ ନିହାତି ସ୍ୱାଗତଯୋଗ୍ୟ । ତାଙ୍କର ଉଦ୍ୟମ ଯୋଗୁଁ ବିଶ୍ୱସ୍ତରରେ ପହଞ୍ଚିବ ଓଡ଼ିଆ କାହାଣୀ ।

Leave A Reply

Your email address will not be published.