ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ ମୁମ୍ବାଇ ଗସ୍ତ, ଆସନ୍ତାକାଲି ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଦେବେ ଯୋଗ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ପରେ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଦେଶର ଫାଇନାନ୍‌ସିଆଲ କ୍ୟାପିଟାଲରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ ହେଉଛି । ଓଡ଼ିଶାରେ ଥିବା ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିଙ୍କୁ ଅବଗତ କରାଇବେ ରାଜ୍ୟ ସରକାର ।

ଏହି ଅବସରରେ ଟପ୍‌ ବିଜନେସ୍‌ ଲିଡରଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ । ୨୦୧୮ରେ ମୁମ୍ବାଇ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଞ୍ଜିପତିମାନଙ୍କୁ ନିମନ୍ତ୍ରଣ ଦେଇଥିଲେ । ୨୦୧୮ ମେକ୍‌ ଇନ ଓଡ଼ିଶା କନକ୍ଲେଭରେ ମୁକେଶ ଅମ୍ବାନୀଙ୍କଠାରୁ ଆରମ୍ଭ କରି ଆଦିତ୍ୟ ବିର୍ଲା ପର୍ଯ୍ୟନ୍ତ ସମସ୍ତେ ଯୋଗ ଦେଇଥିଲେ । ଏବେ ପୁଣି ଥରେ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ଇନଭେଷ୍ଚର୍ସ ମିଟ୍‌ରେ ଯୋଗ ଦେବା ସହ ୧୫ ତାରିଖ ଦିନ ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ ଯିବେ ମୁଖ୍ୟମନ୍ତ୍ରୀ। ସେଠାରେ ସକାଳ ନଅଟାରେ ଓପନିଂ ବେଲ୍‌ ବଜାଇବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.