ଖୋ ଖୋ ଲିଗ ପାଇଁ ଫ୍ରାଞ୍ଚାଇଜ ଟିମ୍ ଓଡିଶା ଜୁଗରନଟ୍ସର ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍):ଆଗାମୀ ଅଲଟିମେଣ୍ଟ ଖୋ ଖୋ ଲିଗ ପାଇଁ ଓଡ଼ିଶାର ଫ୍ରାଞ୍ଚାଇଜ ଓଡିଶା ଜୁଗରନଟ୍ସର ଜର୍ସି ଉନ୍ମୋଚନ ହୋଇଯାଇଛି। ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିଅମରେ ଏକ କାର୍ଯ୍ୟକ୍ରମ ଯୋଗ ଦେଇ ଏହାକୁ ଉନ୍ମୋଚନ କରିଛନ୍ତି। ଏହା ସହ ଦଳର ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ସହ ଆଲୋଚନା କରି ଆଗାମୀ ସିଜିନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

kho khai 2

ଚଳିତବର୍ଷ ଅଲଟିମେଣ୍ଟ ଖୋ ଖୋ ଲିଗ ଅଗଷ୍ଟ ୧୪ ତାରିଖରୁ ସେପ୍ଟେମ୍ବର ୪  ତାରିଖ ଯାଏ ମହାରାଷ୍ଟ୍ରର ପୁନେରେ ଖେଳାଯିବ।  ଓଡିଶା ଜୁଗରନଟ୍ସର ଦଳରେ ସମୁଦାୟ ୨୫ ଜଣ ଖେଳାଳି ଥିବା ବେଳେ ୬ ଜଣ ଓଡ଼ିଆ ଖେଳାଳି ରହିଛନ୍ତି। ସମସ୍ତ ଖେଳାଳି ପଡିଆ ମଧ୍ୟରେ ନିଜର ଶତ ପ୍ରତିଶତ ଦେବା ସହ ଖୋ ଖୋ ଲିଗ ଟ୍ରଫି ଜିତିବାକୁ ଆଶାବାଦୀ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.