ଆଜି ମୁଖ୍ୟମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ : ଜିରାଙ୍ଗ ବୌଦ୍ଧ ପୀଠ ପଦ୍ମପୋଖରୀରେ ପଦ୍ମସମ୍ଭବଙ୍କ ମୂର୍ତ୍ତିର କରିବେ ଉନ୍ମୋଚନ

 ଗଜପତି (କେନ୍ଯୁଜ୍) :ଆଜି ଗଜପତି ଜିଲ୍ଲା ଜିରାଙ୍ଗ ବୌଦ୍ଧ ପୀଠ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ତିବ୍ଦତୀୟ ଧର୍ମପୀଠ ମହାବିହାରରେ ପ୍ରସ୍ତୁତି ସରିିଛି। ପଦ୍ମପୋଖରୀରେ ୫୦ଲକ୍ଷ ଟଙ୍କାରେ ନିର୍ମିତ ଦ୍ୱିତୀୟ ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ମୂର୍ତ୍ତି ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ। ଏହା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୮୧କୋଟି ଟଙ୍କା ବ୍ୟୟରେ ୨୨୭ଟି ପ୍ରକଳ୍ପର ଶୁଭ ଉଦଘାଟନ ସହ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ସେଠାରେ ନବୀନ ପ୍ରାୟ ୧୦ହଜାରରୁ ଅଧିକ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.