ଏବେବି ରହିଛି ଅନ୍ଧବିଶ୍ୱାସ: ନାବାଳକକୁ ବିଲ ଭିତରେ ଆଣ୍ଠେଇ ପିଟିଲା ଗୁଣିଆ

child biteଯାଜପୁର: ଅସହ୍ୟ ଖରାରେ ଜଣେ ନାବାଳକ ବିଲ ଭିତରେ ଆଣ୍ଠେଇ ଗୋଟିଏ କୁଲାକୁ ଦାନ୍ତରେ କାମୁଡୁଛି। ଏହି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ରଘୁନାଥ ପଞ୍ଚାୟତ ବାଙ୍କିପାଳ ଗାଁର । ନାବାଳକଟିକୁ ସେଇ ଅବସ୍ଥାରେ ବିଲରେ ଚଲାଇ ଆଉ ଜଣେ ବୟସ୍କ ବାଡ଼ି ଧରି ପିଟୁଥିବାର ଭିଡ଼ିଓ ଆଜି ସକାଳେ ଆସିଛି। ଏବେ ମଧ୍ୟ ଦେଶରେ ଏଭଳି ଅନେକ ଗାଁ ରହିଛି ଯେଉଁଠାରେ ଅନ୍ଧବିଶ୍ୱାସ ନାଁ ରେ ଏଭଳି ନମୂନା ଦେଖିବାକୁ ମିଳିଥାଏ । ପିଲାଟିକୁ ଜ୍ୱର ଛାଡ଼ି ନଥିବାରୁ ଗୁଣିଆ ଡକାଯାଇ ତାହାର ଚିକିତ୍ସା କରାଯାଇଥିଲା। ଗୁଣିଆ ପିଲାଟିକୁ ଦାନ୍ତରେ କୁଲା ଧରାଇ ଚଲାଇଥିଲେ ଏବଂ ତାହାକୁ ଅତି ନିର୍ମମ ଭାବେ ପିଟିଥିଲେ । ଏହି ଘଟଣା ସମ୍ପର୍କରେ ଚାଇଲଡ ଲାଇନ୍ ସୂଚନା ପାଇ ବର୍ତ୍ତମାନ ଏହାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.