ଖେଳ ହେଲା କାଳ, ପୋଖରୀରେ ପଡି ୨ ବର୍ଷର ଶିଶୁକନ୍ୟା ମୃତ

ଘଟଗାଁ : ଖେଳ ହେଲା କାଳ । ପୋଖରୀରେ ଗୋଡି ଖସି ୨ ବର୍ଷର ଶିଶୁକନ୍ୟା ମୃତ। ଘଟଣାଟି ଘଟିଛି ଘଟଗାଁ ପୁରୁମୁଣ୍ଡା ଗାଁରେ । ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଧର୍ମେ ମୁଣ୍ଡାଙ୍କ ଦୁଇ ବର୍ଷର ଝିଅ ହୁଲି ମୁଣ୍ଡା ଘର ପଛପଟ ପୋଖରୀ ନିକଟରେ ଖେଳୁଥିବା ବେଳେ ଗୋଡ ଖସିଯିବାରୁ ବୁଡିଯାଇଥିଲେ। ପରିବାର ଲୋକେ ଦେଖି ପୋଖରୀରୁ ଶିଶୁଟିକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଜଣାଇଥିଲେ। ଶିଶୁଟିକୁ କେନ୍ଦୁଝର ମୁଖ୍ୟଚିକିତ୍ସାଳୟ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Leave A Reply

Your email address will not be published.