ମୟୂରଭଞ୍ଜ: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳାରୁ ଚାଲିଗଲା ଶିଶୁର ଜୀବନ, ହସ୍ପିଟାଲ ନେବା ବାଟରେ ଗାଡି ଅଟକାଇ ଦୀର୍ଘ ସମୟ ଧରି ଖାଇଲେ ଡ୍ରାଇଭର

ମୟୂରଭଞ୍ଜ : ୧୦୮ ଆମ୍ବୁଲାନ୍‌ସ କର୍ମଚାରୀଙ୍କ ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାରୁ କଟକ ବଡ଼ ଡାକ୍ତରଖାନାକୁ ଗୁରୁତର ଅସୁସ୍ଥ ଶିଶୁକୁ ନିଆଯାଉଥିବା ବେଳେ ଘଟିଛି ଏଭଳି ଅଘଟଣ । କଟକ ଯିବା ବାଟରେ ଏକ ହୋଟେଲରେ ଆମ୍ବୁଲାନ୍‌ସ କର୍ମଚାରୀ ଦୀର୍ଘ ସମୟ ଧରି ଖାଇବାରୁ ଶିଶୁକୁ ସ୍ୱାସ୍ଥ୍ୟ ସେବା ପାଇବାରେ ବିଳମ୍ବ ହୋଇଥିଲା । ଫଳରେ ଶିଶୁର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ,ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଆମ୍ବପୋତା ଗାଁର ନିଶାରଞ୍ଜନ ବେହେରାଙ୍କ ବର୍ଷକର ପୁଅର ଦେହ ଖରାପ ହେବାରୁ ତାକୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ହେବାରୁ ତାକୁ କଟକ ବଡ଼ ଡାକ୍ତରଖାନା ନେବାକୁ ଡାକ୍ତର କହିିଥିଲେ । ତାକୁ କଟକ ନେବା ବେଳେ ଆମ୍ବୁଲାନ୍‌ସ କର୍ମଚାରୀ ଖାଇବାକୁ ବହୁ ସମୟ ଧରି ହୋଟେଲରେ ରହିଥିଲେ । ଏହା ମଧ୍ୟରେ ପିଲାର ଅବସ୍ଥା ଗୁରୁତର ହୋଇଥିଲା । ପରେ କଟକ ଯିବା ବାଟରେ ପିଲାଟି ନିସ୍ତେଜ ହୋଇଯିବାରୁ ବାଟରେ ତାକୁ କୃଷ୍ଣଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.