କେନ୍ଦ୍ରାପଡ଼ା: ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ମୃତ୍ୟୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ସ୍ଥାନୀୟ ଲୋକେ ଶିଶୁର ମୃତଦେହକୁ ରଖି କଟକ-ଚାନ୍ଦବାଲି ରାସ୍ତା ମେଡିକାଲ ଛକରେ ରାସ୍ତାରୋକ କରି ଧାରଣାରେ ବସିଥିଲେ । ପରେ ପୋଲିସ ଆସି ଆନ୍ଦୋଳନକାରୀଙ୍କୁ ଉଠାଇଥିଲା । ଆଳି ଥାନା ଅନ୍ତର୍ଗତ ଋଣିପୋଖରୀ ଗାଁର ପୀତବାସ ମଳିକଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ମଳିକଙ୍କର ପ୍ରସବ ବେଦନା ପାଇଁ ଆଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଶିଶୁଟିର ମୃତ୍ୟୁ ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.