ଆସିଲା ଚିଲିକା ଡଙ୍ଗାବୁଡ଼ି ଘଟଣାର ରିପୋର୍ଟ: ଅଧିକ ପବନ ଯୋଗୁଁ ଭାରସାମ୍ୟ ହରାଇ ବୁଡିଥିଲା

chilika boat

ଖୋର୍ଦ୍ଧା : ଆସିଲା ଚିଲିକା ଡଙ୍ଗାବୁଡ଼ି ଘଟଣାର ରିପୋର୍ଟ । ଅଧିକ ପବନ ଯୋଗୁ ଡଙ୍ଗାଟି ବୁଡି ଯାଇଥିଲା । ଡଙ୍ଗା ମାଲିକଙ୍କୁ ୨୦ଟି ଲାଇଫ ଜାକେଟ୍‌ ଦିଆଯାଇଥିଲେ ମଧ୍ୟ ସେ ବ୍ୟବହାର କରିନଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ଜୋରରେ ବହିଥିଲା ପବନ । ନିୟନ୍ତ୍ରଣ ହରାଇଥିଲା ଡଙ୍ଗା ଚାଳକ । ଓଲଟି ପଡ଼ିଲା ଡଙ୍ଗା । ଅତ୍ୟଧିକ ପବନ ଯୋଗୁ ଚିଲିକାରେ ଡ଼ଙ୍ଗା ବୁଡ଼ି ଯାଇଥିଲା ରିପୋର୍ଟରେ କୁହାଯାଇଛି । ପରିବହନ ସଚିବଙ୍କ ସୂଚନା ଅନୁସାରେ, ସରକାରଙ୍କ ତରଫରୁ ବୋଟ ମାଲିକଙ୍କୁ ୨୦ଟି ଜ୍ୟାକେଟ ଦିଆଯାଇଥିଲା । କିନ୍ତୁ ବୋଟ ଚାଳକ ଜ୍ୟାକେଟକୁ ବୋଟରେ ରଖିନଥିଲେ କି ଯାତ୍ରୀଙ୍କୁ ପିନ୍ଧିବାକୁ ଦେଇନଥିଲେ । ଯାହା ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିଲା ।

ଗତ ୧୬ ତାରିଖରେ ଚିଲିକାରେ ଘଟିଥିଲା ଏପରି ଅଘଟଣ । ନୟାଗଡ଼ ଜିଲ୍ଲା ଶରଣକୂଳ ଅଞ୍ଚଳର ୧୬ ଜଣ ଯାତ୍ରୀ କାଳିଯାଇ ଦର୍ଶନ ସାରି ଫେରୁଥିଲେ । ଫେରିବା ବେଳେ ହଠାତ୍‌ ଝଡ଼ ତୋଫାନ ହୋଇଥିଲା । ପାଣି ପଶିଯିବାରୁ ବୁଡ଼ିଯାଇଥିଲା ଡଙ୍ଗା । ଏଥିରେ ୬ ଜଣଙ୍କ ଜୀବନ ଯାଇଥିଲା । ଅନ୍ୟ ୧୦ ଜଣ ଉଦ୍ଧାର ହୋଇଥିଲେ । ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ପୋର୍ଟ ଏଣ୍ଡ ଇନ୍‌ ଲ୍ୟାଣ୍ଡ ଓ୍ଵାଟର ଟ୍ରାନ୍ସପୋର୍ଟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ରିପୋର୍ଟ ଆସିବା ପର୍ଯ୍ୟନ୍ତ ଘରୋଇ ଡଙ୍ଗା ଚଳାଚଳ ଉପରେ ରୋକ୍‌ ଲଗାଇଥିଲା ଜିଲ୍ଲା ପ୍ରଶାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.