ଚାନ୍ଦବାଲି ମାଧପୁର ପଞ୍ଚାୟତରେ ବ୍ୟାପିଲାଣି ଝାଡାବାନ୍ତି, ଅନେକ ଆକ୍ରାନ୍ତ ଥିବା ଅଭିଯୋଗ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମାଧପୁର ପଂଚାୟତରେ ବ୍ୟାପିବାରେ ଲାଗିଲାଣି ଝାଡା ବାନ୍ତି । ପଂଚାୟତର ମାଧପୁର ଗାଁର ଗୋଟିଏ ପରିବାରର ୩ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ଚାନ୍ଦବାଲି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମାଧପୁର ଗାଁର ତ୍ରିଲୋଚନ ବେହେରାଙ୍କ ସ୍ତ୍ରୀ , ପୁଅ ଓ ଝିଅ ୩ଜଣଙ୍କୁ ଝାଡା ବାନ୍ତି ହେବାରୁ ପ୍ରଥମେ ସେମାନଙ୍କୁ ମାଧପୁରେ ଥିବା ନୂତନ ମେଡିକାଲକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ନଥିବାରୁ ତୁରନ୍ତ ଚାନ୍ଦବାଲି ମେଡିକାଲକୁ ଅଣାଯାଇଥିଲା । ୨ଦିନ ହେଲା ଏହି ୩ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ପଂଚାୟତର ବିଭିନ୍ନ ଗାଁରେ ମଧ୍ୟ ଏହି ଝାଡା ବାନ୍ତିରେ ଆହୁରି ଅନେକ ଆକ୍ରାନ୍ତ ଥିବା ଅଭିଯୋଗ କରିଛନ୍ତି ତ୍ରିଲୋଚନ । ତେବେ ବର୍ତମାନ ବର୍ଷା ଦିନ ଚାଲୁଥୁବାରୁ ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ଝାଡା ବାନ୍ତି ବ୍ୟାପୁଥିବା ଅଭିଯୋଗ କରିଛନ୍ତି ମାଧପୁର ପଂଚାୟତର ପୂର୍ବତନ ସମିତିସଭ୍ୟ । ତେବେ ଏହି ଝାଡାବାନ୍ତି ଆହୁରି ଅଧିର ବ୍ୟାପିବା ଆଗରୁ ପ୍ରଶାସନ ତରଫରୁ ବିହିତ ପକ୍ଷେପ ନେବାକୁ ଦାବି କରିଛନ୍ତି ପଂଚାୟତବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.