ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷାଫଳ

ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ । ପୁଣି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ ।  ଚଳିତ ବର୍ଷ କଳାରେ ୧ ଲକ୍ଷ ୫୮ ହଜାର ୩୭୮ ଜଣ ପାସ କରିଛନ୍ତି । ପାସ ହାର ରହିଛି ୬୮.୭୯ ପ୍ରତିଶତ । କଳାରେ ୬୩ ହଜାର ୭୫୯ ଜଣ ପୁଅ ପାସ କରିଥିବା ବେଳେ ୯୪ ହଜାର ୬୧୯ ଜଣ ଝିଅ ପାସ କରିଛନ୍ତି । ପୂର୍ବାହ୍ନ ୧୦ଟା ୩୦ରେ ସିଏଚଏସଇ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ର୍ରି ନାରାୟଣ ପାତ୍ର ।

ସେହିପରି ବାଣିଜ୍ୟରେ ୨୬ ହଜାର ୯୮୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୨୦ ହଜାର ୨୧୬ ଜଣ ପାସ କରିଛନ୍ତି । ପାସ ହାର ରହିଛି ୭୪.୯୧ ପ୍ରତିଶତ । ୧୩ ହଜାର ୮୯ ଜଣ ପୁଅ ପାସ କରିଥିବା ବେଳେ ୭୧୨୭ ଜଣ ଝିଅ ପାସ କରିଛନ୍ତି ।

କଳାରେ ପ୍ରଥମ ଶ୍ରେଣୀରେ ୧୯ ହଜାର ୯୯୩, ଦ୍ୱିତୀୟ ଶ୍ରେଣୀରେ ୨୬ ହଜାର ୭୬ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୧୨ ହଜାର ୧୪୩ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । କଳାରେ ପୁରୀ ସର୍ବାଧିକ ପାସହାର ହୋଇଥିବା ବେଳେ ନବରଙ୍ଗପୁରରେ ସର୍ବନିମ୍ନ ପାସ ହାର ରହିଛି ।ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୪ ହଜାର ୬ ଜଣ, ଦ୍ୱିତୀୟ ଶ୍ରେଣୀରେ ୩ ହଜାର ୭୩୪ ଓ ତୃତୀୟ ଶ୍ରେଣୀରେ ୧୨ ହଜାର ୪୭୦ ଜଣ ପାସ କରିଛନ୍ତି । ନୟାଗଡରେ ସର୍ବାଧିକ ଓ ଦେଓଗଡରେ ସର୍ବନିମ୍ନ ପାସ ହାର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.