ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା ନେଇ ଚିନ୍ତା: ଚଳିତ ବର୍ଷରୁ ଯୁକ୍ତ ୨ରେ ଶତ ପ୍ରତିଶତ ସିଲାବସରେ ଚାଲିଛି ପାଠପଢା

କେନ୍ୟୁଜ୍(ବ୍ୟୁରେ): ଚଳିତ ବର୍ଷରୁ ଯୁକ୍ତ ୨ରେ ଶତ ପ୍ରତିଶତ ସିଲାବସରେ ଚାଲିଛି ପାଠପଢା । ୨୦୨୩ରେ ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଶତ ପ୍ରତିଶତ ସିଲାବସ୍‌ରୁ ଦେବେ ପରୀକ୍ଷା । ପରୀକ୍ଷା ଢାଞ୍ଚା କିଭଳି ରହିବ ତାହା ସ୍ଥିର ହୋଇପାରୁନି। ଗତବର୍ଷ କୋଭିଡ୍‌ ଯୋଗୁ ଯୁକ୍ତ ଦୁଇରେ ଲାଗୁ ହୋଇଥିଲା କ୍ଵାଟର ଏଣ୍ଡ ପରୀକ୍ଷା ପଦ୍ଧତି । ପ୍ରତି ୩ ମାସରେ ଥରେ ହେଉଥିଲା ପରୀକ୍ଷା। ଶେଷରେ କ୍ଵାଟର ଏଣ୍ଡ ପରୀକ୍ଷାର ୨୦% ଓ ବୋର୍ଡ଼ ପରୀକ୍ଷାର ୮୦% ମାର୍କକୁ ମିଶାଇ ଫାଇନାଲ ରେଜଲ୍ଟ ପ୍ରକାଶ ପାଇଥିଲା । ହେଲେ ଏବର୍ଷ ଏହି ପଦ୍ଧତି ଲାଗୁ ହେବ କି ନାହିଁ। କ୍ଵାଟର ଏଣ୍ଡ ପରୀକ୍ଷା ହେବ କି ନାହିଁ ସ୍ଥିର ହୋଇପାରୁନି । ଏହି ନିଷ୍ପତ୍ତି କାଉନ୍‌ସିଲ ନେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହୁଛନ୍ତି । ପରୀକ୍ଷା ପରିଚାଳନା କମିଟି ବସି ସ୍ଥିର କରିବେ କେଉଁଟା ଭଲ ହେବ। ଏ ନେଇ ବର୍ତ୍ତମାନ ନିଷ୍ପତ୍ତି ହୋଇନାହିଁ ବୋଲି CHSE ଅଧ୍ୟକ୍ଷ କହିଛନ୍ତି। ଆଗକୁ ଏ ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ।

ଚଳିତ ଶିକ୍ଷାବର୍ଷ ଆରମ୍ଭ ହେବାର ୪ମାସ ବିତିଲାଣି । ଶତ ପ୍ରତିଶତ ସିଲାବସ୍‌ରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ହେଲେ ପରୀକ୍ଷା ନେଇ କୌଣସି ସୂଚନା ନାହିଁ । ୭ ମାସ ପରେ ହେବ ବୋର୍ଡ଼ ପରୀକ୍ଷା । କ୍ଵାଟର ଏଣ୍ଡ ପରୀକ୍ଷା ହେବ କି ନାହିଁ ଜଣାଇନଥିବା ଛାତ୍ରଛାତ୍ରୀ କହୁଛନ୍ତି। ତ୍ରୟ ମାସିକ ପରୀକ୍ଷାର ଆବଶ୍ୟକତା ରହିଛି। ପାଠ ପଢିବାରେ ସୁବିଧା ସାଙ୍ଗକୁ ଭଲ ନମ୍ବର ରଖିବାରେ ଏହା ସାହାଯ୍ୟ କରିବ ବୋଲି କହିଛନ୍ତି । ତୁରନ୍ତ ପିଲାଙ୍କୁ ପରୀକ୍ଷା ସମ୍ପର୍କରେ ଜଣାଯାଉ ବୋଲି ଶିକ୍ଷାବିତ କହିଛନ୍ତି । ପିଲାଙ୍କୁ ପାଠ ପଢି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସମୟ ଦେବା ଦରକାର। ହଠାତ ନୂଆ ନୂଆ ନିଷ୍ପତ୍ତି ନେଇ ପିଲାଙ୍କୁ ଅଡ଼ୁଆରେ ପକାଉଛି କାଉନ୍‌ସିଲ୍‌।ଦଶମ ଶ୍ରେଣୀରେ ଚଳିତ ବର୍ଷ ପାଇଁ କେମିତି ରହିବ ପରୀକ୍ଷା ଢାଞ୍ଚା ଓ କେଉଁ ଆଧାରରେ ପିଲା ପରୀକ୍ଷା ଦେବେ, ସେ ନିଷ୍ପତ୍ତି ନେଇସାରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାହିଁକି କରୁଛି ବିଳମ୍ବ। କିଏ ନେବ ନିଷ୍ପତ୍ତି। କେବେ ପ୍ରକାଶ ପାଇବ ବିଜ୍ଞପ୍ତି।

Leave A Reply

Your email address will not be published.