ଉଦଯାପିତ ହେଲା ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ଓ କୁଆଁରିଆ ମହୋତ୍ସବ, ଯୋଗ ଦେଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ

ନୟାଗଡ଼(କେନ୍ୟୁଜ୍): ଉଦଯାପିତ ହେଲା ନୟାଗଡ଼ ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ଏବଂ କୁଆଁରିଆ ମହୋତ୍ସବ । ଲଙ୍କାପୋଡି ଯାତ୍ରା ପରେ ତିନିଦିନ ଧରି କୁଆଁରିଆ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଉଦଯାପନି  ସନ୍ଧ୍ୟାରେ ମୁଖ୍ଯ ଅତିଥି ରୂପେ କନ୍ଧମାଳ ସାଂସଦ ଉପସ୍ଥିତ ଥିଲେ । ମୁଖ୍ଯ ବ୍ଯକ୍ତା ରୂପେ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲା ଆରକ୍ଷୀ ଅଧକ୍ଷ ସିଦ୍ଧାର୍ଥ କଟାରିଆ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଏବଂ ଦଶପଲ୍ଲା ର୍ନିବାଚନ ମଣ୍ଡଳୀ ୩ଟି ବ୍ଲକର ଅଧକ୍ଷ, ଜିଲ୍ଲାପରିଷଦ ସଭ୍ଯ ଉପସ୍ଥିତ ଥିଲେ ।

କୁଆଁରିଆ ଅବବାହିକାରେ ଦଶପଲ୍ଲା ଗଡ଼ଜାତ ଗଠନ ହୋଇଥିଲା । ବିଶେଷକରି ଗଡ଼ଜାତ ଆନ୍ଦୋଳନ, କନ୍ଧମେଳିରେ ଦଶପଲ୍ଲାର ଭୂମିକାକୁ ମନେ ପକେଇଥିଲେ ଅତିଥି ମାନେ । ଶିକ୍ଷା ସ୍ବାସ୍ଥ୍ୟ ବାଣିଜ୍ଯ କ୍ଷେତ୍ରରେ ଦଶପଲ୍ଲାର ଭୂମିକା ଏବଂ ଏହାର ବିକାଶ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିହେବ  ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.