ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି , ଜଳସେଚନ କ୍ଷମତା ନେଇ ରଖିଲେ ସ୍ପଷ୍ଟୀକରଣ

ଦିଲ୍ଲୀ(କେନ୍ୟୁଜ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଜଳସେଚନ କ୍ଷମତା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ନବୀନ ପଟ୍ଟନାୟକ । ୨୦୧୪ ପରେ ୭ ଲକ୍ଷ ୮୦ ହଜାର ହେକ୍ଟର ଜମିରେ ଜଳସେଚନ ନେଇ ସ୍ୱଷ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଖୋର୍ଦ୍ଧା ସମାବେଶରେ ମୋଦିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି । ୨ହଜାର ହେକ୍ଟର ଜମି ଜଳସେଚିତ ହେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏହା ଉପରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଉଲ୍ଲେଖ କରିଛନ୍ତି ୨୦୧୪ରୁ ଜଳସେଚନ ପାଇଁ ୨୬୮୮୯ କୋଟି ଖର୍ଚ୍ଚ ହୋଇଛି । ଏଥିପାଇଁ କେନ୍ଦ୍ର ମାତ୍ର ୪ ଦଶମିକ ୫ ପ୍ରତିଶତ ଅର୍ଥ ଦେଇଛି । ଜଳ ସେଚନ ପାଇଁ ଚଳିତ ବର୍ଷ ରାଜ୍ୟ ୧୦ ହଜାର ୧୯୬ କୋଟି ଆବଣ୍ଟିତ କରିଥିବା ଚଠିରେ ଉଲ୍ଲେଖ ରହିଛି । ୧୦ ଲକ୍ଷ ହେକ୍ଟର ଜମି ଜଳସେଚନ ପ୍ରତିଶ୍ରୁତି ପୂରଣ କରିବୁ । ରାଜ୍ୟ ସରକାରଙ୍କ ୱେବସାଇଟ୍‌ରେ ସମସ୍ତ ତଥ୍ୟ ରହିଥିବା ମୁଖ୍ୟମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.