କେନ୍ଦୁଝର ଚିକିତ୍ସାଳୟରେ ୨୪ ଘଣ୍ଟାରେ ୬ ନବଜାତଙ୍କ ମୃତ୍ୟୁ ଘଟଣା, ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର(କେନ୍ୟୁଜ୍):କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ୨୪ ଘଣ୍ଟାରେ ୬ ନବଜାତଙ୍କ ମୃତ୍ୟୁ ଅଭିଯୋଗ । ଯାହାକୁ ନେଇ SNCU ପରିସରରେ ଉତ୍ତେଜନା । ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ନବଜାତଙ୍କ ମୃତ୍ୟୁ ହୋଇଥିବା ଅଭିଭାବକଙ୍କ ଅଭିଯୋଗ । ମେଡିକାଲ ପରିସରରେ ବ୍ୟାପକ ପୋଲିସ ମୁତୟନ ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତକାଲିଠାାରୁ ଶିଶୁଙ୍କୁ ଅକ୍ସିଜେନ ଦେବାକୁ ବାପା ମା’ ମାନେ ନେହୁରା ହୋଇଥିଲେ ବି କେହି ବି ଶୁଣିନଥିଲେ । ଶିଶୁ ବିଭାଗ ଆଇସିୟୁକୁ କୌଣସି ଡାକ୍ତର ଆସିନଥିଲେ । ଫଳରେ ନବଜାତଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ କେନ୍ଦୁଝରରେ ଆଲୋଡନ ସୃଷ୍ଟି କରିଛି । ଅନ୍ୟପଟେ ଘଟଣାର ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.