୬ରେ ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଷ୍ଟ୍ରପତି ଭବନ ବୈଠକରେ ଦେବେ ଯୋଗ

ଯାଜପୁର(କେନ୍ୟୁଜ୍): ଆସନ୍ତା ୬ ତାରିଖରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ସାଢ଼େ ୧୦ଟାରେ ବିମାନ ଯୋଗେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ୧୨ଟା ୩୦ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବେ । ସେହିଦିନ ଅପରାହ୍‌ଣ ୪ଟା ୨୫ରେ ରାଷ୍ଟ୍ରପତି ଭବନର କଲଚରାଲ୍‌ ସେଣ୍ଟର ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ଆଜାଦୀ କା ଅମୃତ ମହୋତ୍ସବର ଜାତୀୟ କମିଟି ବୈଠକରେ ଯୋଗଦେବେ ।

୭ ତାରିଖରେ ସକାଳ ୯ଟା ୪୫ ମିନିଟରେ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସ୍ୱତନ୍ତ୍ର ରାଜ୍ୟା ପାହ୍ୟା ପ୍ରସଙ୍ଗ ଉଠାଇ ପାରନ୍ତି । ଏଥିସହ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ବି ଉଠାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୮ ତାରିଖରେ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.