ରଥଯାତ୍ରା ଦାୟିତ୍ବରେ ୩ ମନ୍ତ୍ରୀ, ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀର ରହି କରିବେ ତଦାରଖ

କେନ୍ୟୁଜ୍ (ବ୍ୟୁରୋ): ରଥଯାତ୍ରା ପାଇଁ ତିନି ମନ୍ତ୍ରୀଙ୍କୁ ଦାୟିତ୍ୱ । ଆଇନ ମନ୍ତ୍ରୀ ପ୍ରତାପ ଜେନା, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ପୁରୀରେ କ୍ୟାମ୍ପ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କୁ ବି ଦାୟିତ୍ୱ ଦେଇଛନ୍ତି । ଏମାନେ ସମସ୍ତେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀର ରହି ରଥଯାତ୍ରାର ତଦାରଖ କରିବେ । ଆଜି ମୁଖ୍ୟମନ୍ତ୍ରୀ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେ କହିଛନ୍ତି, ବର୍ତ୍ତମାନ କୋଭିଡ-୧୯ ଭଳି କଠୋର ପରିସ୍ଥିତିରେ ରଥଯାତ୍ରା ପାଳନ କରିବା ଏକ ଚ୍ୟାଲେଞ୍ଜ । ଏଭଳି ପରିସ୍ଥିତିରେ ରଥଯାତ୍ରାକୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅତି ସାବଧାନତାର ସହ କରିବାକୁ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ପରମ୍ପରା ସହିତ ଜନସ୍ୱାର୍ଥ ପ୍ରତି ଉଚିତ ଧ୍ୟାନ ଦେଇ ରଥଯାତ୍ରା ପାଳନ କରିବାକୁ ହେବ । ଶୃଙ୍ଖଳା ସହିତ ସାମାଜିକ ଦୂରତା ଓ ଗାଇଡଲାଇନକୁ ପାଳନ କରି କିଭଳି ମହାପ୍ରଭୁଙ୍କ ନୀତିକାନ୍ତ କରାଯାଏ ତାର ନିଦର୍ଶନ ସାରା ବିଶ୍ୱକୁ ଦେଖାଇବାକୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.