ଆସ ଓଡ଼ିଶାରେ ନିବେଶ କର, ନୂଆ ଶିଳ୍ପାୟନ ଯୁଗରେ ଭାଗୀଦାର ହୁଅ: ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍): ଆସ ଓଡ଼ିଶାରେ ନିବେଶ କର । ଓଡ଼ିଶାର ନୂଆ ଶିଳ୍ପାୟନ ଯୁଗରେ ଭାଗୀଦାର ହୁଅ । ଦିଲ୍ଲୀରେ ନିବେଶକଙ୍କୁ ଏହି ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ଓ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୨ର କର୍ଟନରେଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୧୬ ଓ ୨୦୧୮ ସଫଳତା ପରେ ମେକ ଇନ୍‌ ଓଡ଼ିଶା କନ୍‌କ୍ଲେଭ ୨୦୨୨କୁ ଅଧିକ ବଡ ଓ ଅଧିକ ସଫଳ କରିବାକୁ ସରକାରଙ୍କ ଯୋଜନା ରହିଛି । ଏଥିଲାଗି ସମସ୍ତଙ୍କ ସହୋଯଗ ଲୋଡିଥିଲେ ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ଗତ ୨୦ ବର୍ଷ ଭିତରେ ଓଡ଼ିଶା ଏକ କୃଷି ଭିତ୍ତିକ ଅର୍ଥନୀତିରୁ ଦେଶର ଏକ ଅଗ୍ରଣୀ ଶିଳ୍ପ ଭିତ୍ତିକ ଅର୍ଥନୀତିରେ ପରିଣତ ହୋଇଛି । ଓଡ଼ିଶାରେ ପ୍ରଚୁର ପ୍ରାକୃତିକ ସମ୍ପଦ ରହିଛି । ରାଜ୍ୟର ଦକ୍ଷ ମାନବସମ୍ବଳ, ରାଜନୈତିକ ସ୍ଥିରତା ଓ ପ୍ରଗତୀଶିଳ ନୀତି ନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି । ମାନୁଫେକ୍‌ଚରିଂରେ ନିବେଶ କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ।

କେନ୍ଦ୍ର ସରକାରଙ୍କ ଇଜ୍‌ ଉଫ ଡୁଇଂ ବିଜନେସ ତାଲିକାରେ ଓଡ଼ିଶା ଆଚିଭର୍ସ ଷ୍ଟେଟ୍‌ର ମାନ୍ୟତା ପାଇଛି । ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଜଣାଶୁଣା ଓଡ଼ିଶା ଏବେ ବିଶ୍ୱରେ ବିପର୍ଯ୍ୟୟ ପରିଚାଳନାରେ ଲିଡ୍‌ର, ସେହପିର ପଛୁଆ ଅର୍ଥନୀତିରୁ ଓଡ଼ିଶା ମାନୁଫାକରିଂରେ ବଡ଼ ନିବେଶ ପାଇଁ ସମସ୍ତଙ୍କ ପସନ୍ଦର ରାଜ୍ୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ବୈଠକରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସହ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଭାଗ ନେଇଥିଲେ । ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇଥିଲେ ୩୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ ଏବଂ ବିଭିନ୍ନ ଶିଳ୍ପ ସଂସ୍ଥାରୁ ୫ଶହରୁ ଅଧିକ ପ୍ରତିନିଧି ।

Leave A Reply

Your email address will not be published.