କରୋନା ନିୟମ କୋହଳ ପରେ ଏବେ ଟ୍ରାଫିକ୍‌ ନିୟମକୁ କଡାକଡି କରିଛି କମିଶନରେଟ୍‌ ପୋଲିସ୍, ରାଜଧାନୀର ୧୩ଟି ସ୍ଥାନରେ ଚାଲିଛି ଚେକିଂ

ଭୁବନେଶ୍ୱର: କରୋନା ନିୟମ କୋହଳ ପରେ ଏବେ ଟ୍ରାଫିକ୍‌ ନିୟମକୁ କଡାକଡି କରିଛି କମିଶନରେଟ୍‌ ପୋଲିସ । ଆଜି ଭୁବନେଶ୍ୱରର ୧୩ଟି ସ୍ଥାନରେ ଚେକିଂ କରିଛି ପୋଲିସ । ଚେକିଂ ବେଳେ ସାମାଜିକ ଦୂରତା ରକ୍ଷା କରିବା ସହ ହେଲମେଟ୍‌ ଓ ମାସ୍କ ଚେକିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଭଳି ଭାବେ ଚେକିଂ ପ୍ରକ୍ରୀୟାକୁ କଡାକଡି କରାଯାଉଛି।

ସୂଚନା ଥାକି, ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଗତକାଲି ଜାରି କରିଥିଲେ ଅନଲକ ୪ ଗାଇଡଲାଇନ । ଏହି ଗାଇଡ଼ଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ ଜିଲ୍ଲା ଓ ସବଡିଭିଜନରେ ଲକଡାଉନ ଲାଗୁ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.