କମିଶନରେଟ ପୋଲିସ କବଜାରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ: ରକ୍ତ ଲଗା ଖଣ୍ଡା, ସୁନା ଗହଣା ସହିତ ମୋବାଇଲ ଜବତ

କମିଶନରେଟ ପୋଲିସ କବ୍ଜାରେ ରେ ୭ ଜଣିଆ ଲୁଟେରା ଗ୍ୟାଙ୍ଗ । ୨୧ ଟି ମୋବାଇଲ,ଗୋଟିଏ ରକ୍ତ ଲଗା ଖଣ୍ଡା, ସୁନା ମୁଦି, ଟଙ୍କା ଜବତ କରିଛି ନୟାପଲ୍ଲୀ ଥାନା ପୋଲିସ । ଟାର୍ଗେଟ ରେ ଥିଲେ ରାତିରେ ଏକୁଟିଆ ଯାଉଥିବା ବ୍ୟକ୍ତି । ଏହି ଗ୍ୟାଙ୍ଗ କଳିଙ୍ଗ ଟିଭିର ଜଣେ ସାମ୍ବାଦିକ ଙ୍କ ଠାରୁ ମଧ୍ୟ ଲୁଟିଥିଲେ ।

୭ ଜଣ ଙ୍କ ମଧ୍ୟରୁ ୪ ଜଣ ଲୁଟେରା, ଜଣେ ରିସିଭର, ଜଣେ ମୋବାଇଲ ଲକ ବ୍ରେକର, ଆଉ ଜଣେ oyo ହୋଟେଲ ମ୍ୟାନେଜର । ଏହି ଲୁଟେରାଙ୍କ ନାମ ରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ୧୮ ଟି ଲୁଟ୍‌ ମାମଲା ରହିଛି । ଫେରାର ଥିବା ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢଉ କରୁଛି ପୋଲିସ ।

 

Leave A Reply

Your email address will not be published.