କୋରାପୁଟ କଂଗ୍ରେସରେ ବଢୁଛି କନ୍ଦଳ

ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ସମ୍ବର୍ଦ୍ଧନା ବେଳେ କୋରାପୁଟ ଓ ଲକ୍ଷ୍ମୀପୁର ବିଧାୟକଙ୍କ ଶକ୍ତି ପ୍ରଦର୍ଶନ ।

କୋରାପୁଟ : କଂଗ୍ରେସରେ ବଢୁଛି କନ୍ଦଳ । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ସମ୍ବର୍ଦ୍ଧନା ବେଳେ କୋରାପୁଟ ଓ ଲକ୍ଷ୍ମୀପୁର ବିଧାୟକଙ୍କ ଶକ୍ତି ପ୍ରଦର୍ଶନ । ସମ୍ବର୍ଦ୍ଧନା ପାଇଁ ଏକ ବିରାଟ ରାଲି ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାର ଅନେକ ନେତା ଯୋଗଦେଇଥିଲେ । ହେଲେ ସାମିଲ ନଥିଲେ ଜିଲ୍ଲା ସଭାପତି ମୀନାକ୍ଷି ବାହିନୀପତି ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଏପରିକି ଶୋଭାଯାତ୍ରା ଗାଡ଼ିରେ ଜିଲ୍ଲା ସଭାପତିଙ୍କ ଫଟୋ ମଧ୍ୟ ନଥିଲା । ଯାହାକୁ ନେଇ ରାଜନୀତି ଜୋର୍‌ ଧରିଛି । କୋରାପୁଟ ଓ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ସଂଗଠନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି । ସେପଟେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.