ପୁରୀରେ ବି ସକାଳୁ ସକାଳୁ ଲଗାଣ ବର୍ଷା, ଆଜି ହେବାକୁ ଥିବା ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ’ନେଇ ଆଶଙ୍କା

ପୁରୀ(କେନ୍ୟୁଜ): ପୁରୀରେ ବି ସକାଳୁ ସକାଳୁ ଲଗାଣ ବର୍ଷା। ଫଳରେ ଆଜି ହେବାକୁ ଥିବା ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ’ନେଇ ଆଶଙ୍କା ଦେଖାଦେଇଛି। ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ହେବାକୁ ଥିବା ଏହି ଏୟାର ଶୋ ଦେଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ବ୍ଲୁ ଫ୍ଲାଗ୍‌ ବିଚ୍‌ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ଦର୍ଶକକଙ୍କ ପାଇଁ ବେଳାଭୂମିର ବିଭିନ୍ନ ସ୍ଥାନରେ ଶୋ ଦେଖିବାର ବ୍ୟବସ୍ଥା କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେବେ। ଗତକାଲି ଏୟାର ଶୋ କୁ ପ୍ରାୟ ୨୦ହଜାର ଦର୍ଶକ ଦେଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.