୭ ତାରିଖରେ ଆରମ୍ଭ ହେବ କଂଗ୍ରେସର ଭାରତ ଯୋଡ଼ ଅଭିଯାନ, ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ନେଇ ଲୋକଙ୍କ ପାଖକୁ ଯିବ ଦଳ 

ଭୁବନେଶ୍ବର(କେନ୍ୟୁଜ୍):  ଆସନ୍ତା ୭ ତାରିଖରେ ଆରମ୍ଭ ହେବ ଭାରତ ଯୋଡ଼ ଅଭିଯାନ । କନ୍ୟାକୁମାରୀରୁ ରାହୁଲ ଆରମ୍ଭ କରିବେ ଅଭିଯାନ । ଏହା ବଡ଼ ଜନ ସମ୍ପର୍କ ପଦଯାତ୍ରା । ୧୨ଟି ରାଜ୍ୟ ଓ ୨ଟି କେନ୍ଦର ଶାସିତ ଅଞ୍ଚଳ ରହିବ । ୧୫୦ ଦିନର ପଦଯାତ୍ରାରେ ପ୍ରାୟ ୩ହଜାର ୫୦୦ କିଲୋମିଟରକୁ କଭର କରାଯିବ ।

ପଦଯାତ୍ରାରେ ୩୦ ପ୍ରତିଶତ ମହିଳା ରହିବେ । bharatjodojatra.in େଓ୍ଵବସାଇଟରେ ଲାଇଭ ଟେଲେକାଷ୍ଟ ହେବ । ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ନେଇ ଲୋକଙ୍କ ପାଖକୁ ଯାଇ ସଚେତନ କରାଯିବ ବୋଲି କହିଛନ୍ତି AICC ମୁଖପାତ୍ର ଅଂଶୁଲ ଅଭିଜିତ । ୧୦୦ ପ୍ରତିନିଧି ଓଡ଼ିଶା କଂଗ୍ରେସରୁ ପଦଯାତ୍ରାରେ ସାମିଲ ହେବେ । ଓଡ଼ିଶାରୁ ପାଣି ଓ ମାଟି ନେଇ ଭାରତ ଯୋଡ଼ୋ ଅଭାଯାନରେ ସାମିଲ ହେବେ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.