ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ କଂଗ୍ରେସ କଲା ୭୫ କିଲୋମିଟର ପଦଯାତ୍ରା, ସେପଟେ ଦଳ ଛାଡିଲେ ୩୦ରୁ ଅଧିକ ନେତା

କେନ୍ୟୁଜ୍(ବ୍ୟୁରୋ): ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ କଂଗ୍ରେସର ୭୫ କିଲୋମିଟର ପଦଯାତ୍ରା। ଜନତା ମୈଦାନରୁ ଆରମ୍ଭ ହୋଇ ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟରେ ଶେଷ ହୋଇଛି ପଦଯାତ୍ରା ।  ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ ବରିଷ୍ଠ ନେତା ଓ କର୍ମୀ ମାନେ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି।  ଏହି ପଦଯାତ୍ରା ମଧ୍ୟରେ ଲୋକମାନଙ୍କ ପାଖରେ ପହଞ୍ଚି ୨୪ ମସିହା ସାଧାରଣ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ। ସେପଟେ ସ୍ୱାଧୀନତାର ୭୫ ବର୍ଷ ପାଇଁ ସେହି ସମୟର ତ୍ୟାଗ ଓ ବଳିଦାନର କଥାକୁ ନେଇ ପୁନର୍ବାର ମନେପକାଇ ଜନସାଧାରଣଙ୍କୁ ସଚେତନ କଲେ ପିସିସି ସଭାପତି  ।

congress2

ସେପଟେ କଂଗ୍ରେସ ଛାଡିଲେ ୩୦ରୁ ଅଧିକ ନେତା। ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା, ପିସିସିର ପୂର୍ବତନ ସମ୍ପାଦକ ତଥା ମୁଖପାତ୍ର ନିକୁଞ୍ଜ ପସାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ,ପୂର୍ବତନ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, ସୌମ୍ୟ ମିଶ୍ର ଜାତୀୟ ସଂଯୋଜକ, ସଞ୍ଜୟ ବାରିକ ରାଜ୍ୟ ସମ୍ପାଦକ ଯୁବ କଂଗ୍ରେସ, ଅକ୍ଷୟ ମଲ୍ଲ ସାଧାରଣ ସମ୍ପାଦକ ଛାତ୍ର କଂଗ୍ରେସ, ପ୍ରବୀଣ ବୋଦଲା ଛାତ୍ର କଂଗ୍ରେସ ସମ୍ପାଦକ ପ୍ରମୁଖ ଦଳ ଛାଡିଲେ।କଂଗ୍ରେସ ଦଳ ନୀତି ଆଦଶରୁ ବିଚ୍ୟୁତ ହୋଇଛି। ବର୍ତ୍ତମାନର ପିସିସି ସଭାପତି କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛନ୍ତି। ତେଣୁ ଦଳରେ ରହିବା ସମ୍ଭବପର ହେଉନାହିଁ ବୋଲି କହିଲେ ଦଳ ଛାଡୁଥିବା ନେତା। ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା।

ବର୍ତ୍ତମାନର ପିସିସି ସଭାପତି ଏଆଇସିସି ଯାହା କହୁଛି ସେହି ଅନୁଯାୟୀ କାମ କରୁଛନ୍ତି। ତା ବାଦ କିଛି କରୁନାହାନ୍ତି। ତେଣୁ ଦଳର ଅଗ୍ରଗତି ସମ୍ଭବ ନୁହେଁ। ଶରତ ପଟ୍ଟନାୟକ ଦୀର୍ଘ ଦିନ ହେବ ସକ୍ରିୟ ସଂଗଠନ ସହିତ ଜଡିତ ନ ଥିଲେ। ତେଣୁ ଏବେ ସେ ସଠିକ ଢଙ୍ଗରେ କାର୍ଯ୍ୟ କରି ପାରୁନାହାନ୍ତି ବୋଲି ଅଭିଯୋଗ କଲେ ପୂର୍ବତନ କଂଗ୍ରେସ ମୁଖପାତ୍ର ଅଶୋକ ସାମଲ ।କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପ୍ରସଂଗ ଉଠାଇଲେ ଦଳ ଛାଡୁଥିବା ନେତା। ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ଅଗଣତାନ୍ତ୍ରିକ। ସାରା ରାଜ୍ୟର କଂଗ୍ରେସ କର୍ମୀ ଏ ପ୍ରସଙ୍ଗରେ ବିରୋଧ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲେ କଂଗ୍ରେସ ନେତା ବିବେକାନନ୍ଦ ପାଣିଗ୍ରାହୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.