ସଂଗଠନକୁ ସୁଦୃଢ଼ କରିବା ରାଜ୍ୟ କଂଗ୍ରେସରେ କସରତ,ଆସନ୍ତାକାଲି ରାହୁଲ ଓ ସୋନିଆଙ୍କୁ ଭେଟି କରିବେ ମାନସ ମନ୍ଥନ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀ ଗଲେ କଂଗ୍ରେସ ବିଧାୟକ। କେବଳ ନଅ ବିଧାୟକ ନୁହଁ ପୂର୍ବତନ ପିସିସି ସଭାପତି ଓ ବରିଷ୍ଠ ନେତା ଦିଲ୍ଲୀ ଯାଇଛନ୍ତି। ଆସନ୍ତାକାଲି ରାହୁଲ ଓ ସୋନିଆଙ୍କୁ ଭେଟିବେ । ପିସିସି ସଭାପତି, ବିଧାୟକ ଦଳ ନେତା ପରିବର୍ତ୍ତନ ସହ ୨୦୨୪ ପୂର୍ବରୁ ସଂଗଠନ ସୁଦୃଢ ପାଇଁ ହେବ ବ୍ୟାପକ ଆଲୋଚନା କରିବେ ।

congress

ଗତକାଲି ତାରା ପ୍ରସାଦ ବାହିନୀପତି ଓ ଅଧିରାଜ ମୋହନ ପାଣିଗ୍ରାହୀ ଦିଲ୍ଲୀରେ ପହଞ୍ଚିଥିଲେ। ଆଜି ମହମ୍ମଦ ମୋକିମ, ସୁରେଶ ରାଉତରାୟ, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା ଓ ରାଜନ ଏକାଙ୍କ ସହ ଦାଶରଥି ଗମାଙ୍ଗ ଆଜି ଦିଲ୍ଲୀ ଯାଇଥିଲେ । କଂଗ୍ରେସ ନେତା ଜୟଦେବ ଜେନା ଓ ଶରତ ପଟ୍ଟନାୟକ ବି ଦିଲ୍ଲୀ ଗସ୍ତରେ ଅଛନ୍ତି । ଗଣମଧ୍ୟମକୁ ପ୍ରତିକ୍ରିୟାରେ କଂଗ୍ରେସ ନେତା କହିଛନ୍ତି କେବଳ ପିସିସି ଚୟନ ନେଇ ସେମାନେ ଦିଲ୍ଲୀ ଯାଉନାହାନ୍ତି । ୨୦୨୪ ପାଇଁ ରଣପ୍ରସ୍ତୁତ ହେବ। ଆଗାମୀ ନିର୍ବାଚନରେ କେମିତି ଦଳ ମୁକାବିଲା କରିବେ, ସେ ନେଇ ଆଲୋଚନା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.