ଆସନ୍ତାକାଲି ସମବାୟ ନିର୍ବାଚନ: ୩୦୧୨ ପ୍ରାଥମିକ ସମବାୟ ସମିତିରୁ ୬୪୩ଟିରେ ହେବ ଭୋଟ ଗ୍ରହଣ

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତାକାଲି ସମବାୟ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୩ ହଜାର ୧୨ ପ୍ରାଥମିକ ସମବାୟ ସମିତିରୁ ୨୩୬୯ ସମବାୟ ସମିତିରେ ନିର୍ବାଚନ ହେବ ନାହିଁ । ସେଠି ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବାକି ୬୪୩ ସମବାୟ ସମିତିର ଭୋଟ ଗ୍ରହଣ ହେବ ।

୧୫୫ଟି ସମ୍ବେଦନଶୀଳ ବୁଥ ରହିଛି । ଏହି ବୁଥ ଗୁଡିକରେ ଶସସ୍ତ୍ର ପୁଲିସ ବାହିନୀର ବ୍ୟବସ୍ଥା କରାଯାଇଛି । ଅତି ସମ୍ବେଦନଶୀଳ ବୁଥରେ ADM, ସବ କଲେକ୍ଟରମାଙ୍କୁ ଦାୟିତ୍ୱ ଦିଆଯାଇଛ । ଆସନ୍ତାକାଲି ୩ ଲକ୍ଷ ୮୫ ହଜାର ୪୮ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସକାଳ ୭ ଠାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଏହାପରେ ଭୋଟ ଗଣତି । ଆସନ୍ତାକାଲି ନିର୍ବାଚନରେ ୧୯ ଜଣ ଉପନିବନ୍ଧକ, ୫୮ ଜଣ ସହକାରୀ ନିବନ୍ଧକ ନିୟୋଜିତ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.