ଭୁବନେଶ୍ୱରରେ ଖୁବଶୀଘ୍ର Corporate Cricket league ଆୟୋଜନ କରିବ ‘iServeU’

ଭୁବନେଶ୍ୱର : ଭୁବନେଶ୍ୱରରେ ବଢୁଥିବା ସ୍ପୋର୍ଟ କ୍ରେଜ୍‌କୁ ଦେଖି କ୍ରିକେଟ ଲିଗ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟର ଅଗ୍ରଣୀ ବ୍ୟାଙ୍କିଂ ସେବା ପ୍ରଦାନ କରୁଥିବା Fintech Company ‘ iServeU’। ତେଣୁ ଭୁବନେଶ୍ୱରରେ ଖୁବଶୀଘ୍ର ଆରମ୍ଭ ହେବ Corporate Cricket ଲିଗ୍। ରାଜଧାନୀ କର୍ପୋରେଟ ହାଉସ୍ ସହ start-up କମ୍ପାନୀମାନେ ମଧ୍ୟ ଏହି କ୍ରିକେଟ ଲିଗରେ ସାମିଲ ହେବେ । ଖୁବଶୀଘ୍ର ଏହି ଲିଗର ରୂପ ରେଖ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯିବ ବୋଲି iServeU ର CSO ଉମାକାନ୍ତ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

iServeU ପକ୍ଷରୁ ଗତ ୨ ଦିନ ଧରି CV RAMAN ଗ୍ରାଉଣ୍ଡରେ ସ୍ଵତନ୍ତ୍ର କ୍ରିକେଟ୍ ଲିଗ୍ ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୪ଟି ଟିମ ଭାଗନେଇଥିଲେ। ଏହା ସହ ପ୍ରତ୍ୟେକ ମାସରେ କମ୍ପାନୀ ପକ୍ଷରୁ ଏଭଳି ଲିଗ୍ ଆୟୋଜନ କରାଯିବ ବୋଲି ସେ କହିଛନ୍ତି।

କର୍ପୋରେଟ ସଂସ୍ଥା ମାନଙ୍କରେ ଟିମ୍ ମନୋବଳ ବଢ଼ାଇବା, ଷ୍ଟ୍ରେସ ଫ୍ରି ରହିବା ଶୃଙ୍ଖଳିତ ବ୍ୟବହାର ସହ ଫିଟନେସ ଉପରେ ଗୁରୁତ୍ୱ ଦେବା ଲକ୍ଷରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । କର୍ପୋରେଟ କ୍ରିକେଟ୍ ଲିଗ୍ ଏ ଦିଗରେ ବିଶେଷ ସହାୟ ହେବ ବୋଲି iServeU ର ବରିଷ୍ଠ ଅଧିକାରୀମାନେ ମତ ରଖିଛନ୍ତି। ଭୁବନେଶ୍ୱର ପରେ ରାଜ୍ୟର ଅନ୍ୟ ସହରରେ ଏଭଳି କ୍ରିକେଟ୍ ଲିଗ୍ ଅୟୋଜନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.