ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪ହଜାର ୮୨୯ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୯୩୩ ଆକ୍ରାନ୍ତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପୁଣି କରୋନାର ବଡ ଲମ୍ଫ । ୬ ପ୍ରତିଶତ ଉପରେ ପଜିଟିଭିଟି ରେଟ୍‌ । ୨୪ ଘଣ୍ଟାରେ ଆଉ ୪ହଜାର ୮୨୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତକାଲି ସଂକ୍ରମିତ ହୋଇଥିଲେ ୪ ହଜାର ୭୧୪ । ଗତକାଲିର ପଜିଟିଭିଟି ରେଟ୍‌ ଥିଲା ୫.୧୫ ପ୍ରତିଶତ । ଆଜି ମୋଟ ପଜିଟିଭିଟି ରେଟ୍‌ ରହିଛି ୬.୪୯ ପ୍ରତିଶତ ।

ଖୋର୍ଦ୍ଧାରୁ ସର୍ବାଧିକ ୯୩୩ ନୂଆ କେସ ରହିଛି । ଯାହା ମୋଟ ଆକ୍ରାନ୍ତଙ୍କ ୩୪.୩୪ ପ୍ରତିଶତ । ଆକ୍ଟିଭ୍‌ କେସ୍‌ ରେଡ ଜୋନରେ ଖୋର୍ଦ୍ଧା ଥିବା ବେଳେ ୟେଲୋ ଜୋନକୁ ଆସିଲା କଟକ, ସୁନ୍ଦରଗଡ ଓ ସମ୍ବଲପୁର । ସେହିଭଳି ପଜିଟିଭିଟି ରେଡ ଜୋନରେ ଖୋର୍ଦ୍ଧା, ସମ୍ବଲପୁର ଓ ସୁନ୍ଦରଗଡ ରହିଛି । ୟେଲୋ ଜୋନରେ କଟକ ଓ ଝାରସୁଗୁଡା ରହିଛି ।

ସୁନ୍ଦରଗଡରୁ ୬୬୨, ସମ୍ବଲପୁରରୁ ୪୩୭ , କଟକରୁ ୩୬୦, ଝାରସୁଗୁଡାରୁ ୧୫୪, ବାଲେଶ୍ୱର୧୨୩, ପୁରୀ ୧୧୯ ଓ ମୟୂରଭଞ୍ଜରୁ ୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୬ହଜାର ୧୧୭ । ୮ଟି ଜିଲ୍ଲାରେ ୧୦୦ ଉପରେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ୭୦ ହଜାର ୨୦୦ ଟେଷ୍ଟିଂ ହୋଇଛି । ରାଜ୍ୟରେ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ସଂକ୍ରମିତ ହୋଇଛନ୍ତି ୪୧୬ ଜଣ । ରାଜ୍ୟରେ ସଂକ୍ରମଣ ସାଙ୍ଗକୁ ଆକ୍ଟିଭ୍‌ କେସ୍‌ ମଧ୍ୟ ବଢୁଛି । ଗତକାଲି ରାଜ୍ୟରେ ୧୧ ହଜାର ୬୬୩ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ଆଜି ୧୬ ହଜାର ୧୧୭ ରହିଛି ।

Leave A Reply

Your email address will not be published.