୨୪ ଘଣ୍ଟାରେ ଓଡ଼ିଶାରେ ୪୯ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିଭଳି ଅନୁଗୁଳରେ ୧, ବାଲେଶ୍ୱରରେ ୫, ବରଗଡ଼ରେ ୧, ଭଦ୍ରକରେ ୧, ବୌଦ୍ଧରେ ୧, କଟକରେ ୧୦, ଦେଓଗଡ଼ରେ ୪, ଜଗତସିଂହପୁରରେ ୩, ଯାଜପୁରରେ ୨, ଝାରସୁଗୁଡ଼ାରେ ୧, କଳାହାଣ୍ଡିରେ ୧, ଖୋର୍ଦ୍ଧାରେ ୩, କୋରାପୁଟରେ ୧, ମୟୂରଭଞ୍ଜରେ ୧, ନୂଆପଡ଼ାରେ ୧, ପୁରୀରେ ୩, ସମ୍ବଲପୁରରେ ୪, ସୁନ୍ଦରଗଡ଼ରେ ୫ ଓ ଷ୍ଟେଟ ପୁଲରୁ ଜଣେ ସଂକ୍ରମିତ ହୋଇଛନ୍ତି।

Also Read: ପୁଟିନଙ୍କ ସହ କୌଣସି ସାଲିସ କରିବୁନି, ଆଲୋଚନା ବେଳେ ମୋଦିଙ୍କୁ ଏମିତି କହିଲେ ଜେଲେନ୍‌ସ୍କି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.