କେନାଲ ଭିତରେ ପଡିଥିବା ଟ୍ରକକୁ ଉଠାଇବା ସମୟରେ ଗଳି ପଡିଲା କ୍ରେନ୍

ତାଳଚେର(କେନ୍ୟୁଜ୍): କେନାଲ ଭିତରେ ପଡିଥିବା ଟ୍ରକକୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ କେନାଲ ଭିତରେ ଗଳି ପଡିଲା କ୍ରେନ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ତାଳଚେରରେ । ସୂଚନା ଅନୁସାରେ ତାଳଚେର କଲେଜ ନିକଟ ୧୪୯ ନମ୍ବର ଜାତୀୟ ରାଜପଥରେ ଥିବା ଏକ କେନାଲ ଭିତରେ ଏକ ଟ୍ରକ ଖସି ପଡ଼ିଥିଲା ।

ଯାହାଫଳରେ ଅପରାହ୍ନରେ ଦୁଇଟି କ୍ରେନ୍ ସହାୟତାରେ ଟ୍ରକଟିକୁ ଉଠାଇବାକୁ ଚେଷ୍ଟା କରାଯାଇଥିଲା । ତେବେ ଟ୍ରକଟି ଉଠାଇବା ବେଳେ କ୍ରେନର ଫିତା ଛିଣ୍ଡି ଯିବା ସହ ଗୋଟିଏ କ୍ରେନ ମଧ୍ୟ କେନାଲକୁ ଖସି ପଡ଼ିଥିଲା । ଯାହାର ଚିତ୍ର କଏଦ ହୋଇଥିଲା କ୍ୟାମେରାରେ । ତେବେ ସୌଭାଗ୍ୟ ବଶତଃ କ୍ରେନ୍ ଅପରେଟର ବର୍ତ୍ତି ଯାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.