ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିବେ କ୍ରାଇମବ୍ରାଞ୍ଚର ଏଡିଜି

crime branch ନୂଆପଡା: ଦିନିକିଆ ନୂଆପଡା ଗସ୍ତରେ କ୍ରାଇମବ୍ରାଞ୍ଚର ଏଡିଜି ସନ୍ତୋଷ କୁମାର ଉପାଧ୍ୟାୟ। ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ନେଇ ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଛନ୍ତି। ଏଡିଜି ସନ୍ତୋଷ କୁମାର ଉପାଧ୍ୟାୟ ନୂଆପଡା ପୋଲିସ ରିଜର୍ଭ କାର୍ୟ୍ୟାଳୟରେ ପହଞ୍ଚିବା ପରେ ନୂଆପଡା ଏସପି ସ୍ମିଥ୍ ପି ପରମାର ତାଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ନୂଆପଡା ଜିଲ୍ଲା ପୋଲିସ ବିଭାଗର ୧୨ଜଣ ଦକ୍ଷ ପୋଲିସ ଅଫିସରଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଛି । ସେହିପରି ରାଜ୍ୟ ପୋଲିସ ବିଭାଗ ତରଫରୁ ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ନୂଆପଡାର ଜୋଙ୍କ ଥାନାକୁ ମଡେଲ ଥାନାର ମାନ୍ୟତା ଦିଆଯିବ ବୋଲି ଏଡିଜି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.