କେନ୍ଦ୍ରାପଡ଼ା :ଡକାୟତି ଓ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ

କେନ୍ଦ୍ରାପଡ଼ା : ଏକ ଡକାୟତି ଓ ଗଣଦୁଷ୍କର୍ମ ମାମଲାରେ କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍ ଐତିହାସିକ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଅଶୋକ ଜେନା ଓ ବାବୁଲି ଜେନାଙ୍କୁ ୨୦ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ୫ହଜାର ଜୋରିମାନା ଓ ପରେଶ ମଲ୍ଲିକଙ୍କୁ ୧୦ବର୍ଷ କାରାଦଣ୍ଡାଦେଶ ସହ ୫ହଜାର ଜୋରିମାନା ଶୁଣାଇଛନ୍ତି। ଜୋରିମାନା ଅନାଦେୟ ହେଲେ ୧ବର୍ଷ ଧିକ କାରାଦଣ୍ଡରେ ଦଣ୍ଡିତ ହେବେ।

ଅଭିଯୋଗ ଅନୁଯାୟୀ ଗତ ୨୦୧୩ ଅଗଷ୍ଟ ୭ ତାରିଖ ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ମଧୁବନ ଗାଁର ଜଣଙ୍କ ଘର କବାଟ ଭାଙ୍ଗି ୩ଜଣରୁ ଉର୍ଦ୍ଧ୍ୱ ଡକାୟତ ଘରେ ପଶିଥିଲେ। ଗୃହକର୍ତ୍ତାଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କ ପତ୍ନୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ ଘରୁ ସୁନା ଓ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ସଂପୃକ୍ତ ବ୍ୟକ୍ତି ଜଣକ ଆଳି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.