ଦୀର୍ଘ ୯ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହେଲା କୁମ୍ଭୀର, ବନ ବିଭାଗକୁ କରିଦେଇଥିଲା ନାକେଦମ

ଚାନ୍ଦବାଲି(କେନ୍ୟୁଜ୍): ଦୀର୍ଘ ନଅ ଘଣ୍ଟାର କସରତ ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଖରୀରୁ କୁମ୍ଭୀର ଉଦ୍ଧାର କରିଛି ବନ ବିଭାଗ। କୁମ୍ଭୀରର ଲମ୍ବ ଚାରି ଫୁଟ ହେବ। ଆଜି ତିହିଡି ବ୍ଲକ ଷାଠିବାଟି ଗାଁ ପୋଖରୀରେ କୁମ୍ଭୀର ଦେଖିବାକୁ ପାଇଥିଲେ ଗାଁ ଲୋକେ। ବନ ବିଭାଗ କୁ ଖବର ଦେବା ପରେ ବନବିଭାଗ ତରଫରୁ ପୋଖରୀରେ ପମ୍ପ ଲଗାଇ ପାଣି ଶୁଖାଯାଇଥିଲା।  ପାଣି ଶୁଖିବା ପରେ ଜାଲ ପକାଇ କୁମ୍ଭୀରକୁ ଧରିଥିଲା ବିଭାଗ.

ସୂଚନା ମୁତାବକ ତିହିଡି ବ୍ଲକ ସାଠିବାଟି ଗ୍ରାମରେ ଏକ ପୋଖରୀରେ କୁମ୍ଭୀର ଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଥାନା.ବନବିଭାଗ ଓ ଅଗ୍ନିଶମ ବିଭାଗକୁ ଅବଗତ କରାଯିବା ପରେ ଅଜି ସକାଳୁ ବନ ବିଭାଗ କର୍ମଚାରୀମାନେ ଉକ୍ତ ପୋଖରୀ ନିକଟରେ ପହଞ୍ଚି ଅନୁଧ୍ଯାନ କରିବା ପରେ କୁମ୍ଭୀର ଥିବା ସ୍ପଷ୍ଟ ହୋଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ୨ ଟି ଓ ଅନ୍ଯ ୨ଟି ପମ୍ପସେଟ ଲଗାଇ ପୋଖରୀରୁ ପାଣି ଶୁଖା କାର୍ଯ୍ୟ ଜାରି ରଖିଥିଲା। ପାଣି କମିବା ପରେ  କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଏହି କୁମ୍ଭୀର ଦେଖିବା ପାଇ୍ଁ ହଜାର ହଜାର ଲୋକଙ୍କ ଭିଡ ଜମିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.