ସୁନା ଦୋକାନୀ ଫାଙ୍କୁଛନ୍ତି ଜିଏସଟି, ୧୨ ଟି ସହରର ୧୮ଟି ସୁନାଦୋକାନରେ ରେଡ଼ କଲା ସିଟି ଜିଏସଟି ବିଭାଗ

କେନ୍ୟୁଜ୍(ବ୍ୟୁରୋ): ଜିଏସଟି ଠକେଇ ଅଭିଯୋଗରେ ଆଜି ରାଜ୍ୟର ବିଭିନ୍ନ ସୁନା ଦୋକାନରେ ରେଡ଼୍ କରିଛି  ସିଟି ଓ ଜିଏସଟି ବିଭାଗ । ରାଜ୍ୟର ୧୨ ଟି ସହରର ୧୮ଟି ସୁନା ଗହଣା ଦୋକାନରେ ଆଜି ଏକକାଳୀନ ରେଡ କରିଛି ସିଟି ଜିଏସଟି ବିଭାଗ । ସୁନା ଦୋକାନୀମାନେ ବିନା ବିଲରେ ସୁନା କିଣାବିକା କରିବା ସହ ବିଶେଷ କରି  ଗ୍ରାହକଙ୍କ ସୁନା ବିକ୍ରି କରୁଥିବା ସମୟରେ ଇନଭଏସ ନଦେଇ ଏଷ୍ଟିମେଟ ବିଲ ପ୍ରଦାନ କରୁଥିବା ଅଭିଯୋଗ ହେଉଥିଲା । ଏହା ସହ କିଛି ଦୋକାନୀ ଗ୍ରାହକମାନଙ୍କ ଠାରୁ ଜିଏସଟି ସଂଗ୍ରହ କରୁଥିଲେ ମଧ୍ୟ ତାହା ସରକାରଙ୍କ ପଇଠ କରୁନଥିବା ଭଳି ଅଭିଯୋଗ ଜିଏସଟି ବିଭାଗ ପାଖରେ ପହଁଚିଥିଲା ।

ଫଳରେ ସୁନା କାରବାରରେ ହେଉଥିବା ଏହି ଜିଏସଟି ଠକେଇର ପର୍ଦ୍ଧାଫାସ କରିବା ପାଇଁ ଜିଏସଟି ବିଭାଗ ଏକ ସର୍ବବୃହତ ରେଡ ପାଇଁ ଯୋଜନା କରିଥିଲା । ଏବଂ ୧୨୦ଜଣ କର୍ମଚାରୀଙ୍କୁ ନେଇ ୨୧ଟି ଟିମ ଆଜି ସକାଳୁ ଏହି ଅତର୍କିତ ଚଢାଉ କରିଥିଲା ।  ଏହି ରେଡ ସମୟରେ ସୁନା ଦୋକାନ ଗୁଡିକର ଷ୍ଟକ ଓ ଟିକସ ସଂଗ୍ରହ ସମ୍ପର୍କିତ କାଗଜପତ୍ର ଭଳି ଅନେକ ଦସ୍ତାବିଜକୁ ଜାଞ୍ଚ କରୁଛି ବିଭାଗ । ତେବେ ଏହି ପ୍ରକ୍ରିୟା ଦୁଇ ତିନି ଦିନ ଚାଲିବ ଏବଂ କେଉଁ ବ୍ୟବସାୟୀ କେତେ ପରିମାଣର ଟିକସ ଫାଙ୍କିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବା ପରେ ତଦନୁଯାୟୀ ମାମଲା ରୁଜୁ ହେବ ବୋଲି ଜିଏସଟି ବିଭାଗ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.