ବଦଳୁଛି କୋଟିଆର ବିକାଶ ଚିତ୍ର : ପହଞ୍ଚିଲା ବ୍ୟାଙ୍କ ସେବା, ଆରମ୍ଭ ହେଲା ଗ୍ରାହକ ସେବା କେନ୍ଦ୍ର

କୋରାପୁଟ : ବଦଳୁଛି କୋରାପୁଟ ସୀମାନ୍ତ ଗାଁ କୋଟିଆର ଚିତ୍ର । ବିକାଶ ରଥ ଗଡ଼ିବା ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ କୋଟିଆବାସୀଙ୍କ ହାତ ପାହାନ୍ତାରେ ପହଞ୍ଚିଛି ବ୍ୟାଙ୍କ ସେବା । ଆରମ୍ଭ ହୋଇଛି ଗ୍ରାହକ ସେବା କେନ୍ଦ୍ର । ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯାଇଛି । ଏହାର ଉଦଘାଟନ କରିଛନ୍ତି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ । ପ୍ରଥମ ପର୍ଯ୍ୟାୟରେ ୫ ଜଣ ଗ୍ରାହକ ଏହି ସେବା କେନ୍ଦ୍ରରେ ଆକାଉଣ୍ଟ ଖୋଲିଛନ୍ତି । ନିଜେ ପ୍ରଫୁଲ୍ଲ ପାଙ୍ଗୀ ବି ଖାତା ଖୋଲିଛନ୍ତି । ପୂର୍ବରୁ କୋଟିଆକୁ ବସ୍‌ ଗଡ଼ିିଥିବାବେଳେ ଆଗକୁ ଅନ୍ୟ ସୁବିଧା ଯୋଗାଇ ଦେବାକୁ ସରକାର ଯୋଜନା କରିଛନ୍ତି । ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶ ପରେ କୋଟିଆର ବିକାଶକୁ କୋରାପୁଟ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.