ସ୍ୱୟଂ ସହାୟକ ଗୋଷ୍ଠୀକୁ କୋଭିଡ ଲୋନ କରାଇ ଦେବାକୁ କହି ଟଙ୍କା ହଡ଼ପ କଲା ଠକ: ଗିରଫ କଲା ସାଇବର ଥାନା ପୋଲିସ

କଟକ(କେନ୍ୟୁଜ୍):  କୋଭିଡ ଲୋନ କରାଇ ଦେବାକୁ କହି ଟଙ୍କା ହଡ଼ପ କଲା ସାଇବର ଠକ। କଟକ ପୁରିଘାଟ ନିମସାହିର ଏକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଠାରୁ ୧୨ ହଜାର ୧୨୦ ଟଙ୍କାର ଅନଲାଇନ ଲୁଟ ହୋଇଥିଲା। ନିଜକୁ ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ, ୬୦ ହଜାର ଟଙ୍କାର ଋଣ କରାଇ ଦେବାକୁ କହିଥିଲା ଅଭିଯୁକ୍ତ।

ମୁଣ୍ଡ ପିଛା ଏକ ହଜାର ଟଙ୍କା ଲେଖାଏଁ ଆଦାୟ କରି ଅଭିଯୁକ୍ତକୁ ଗୁଗୁଲ ପେ କରିଥିଲେ ମହିଳାମାନେ। ଅଭିଯୁକ୍ତ ଶଶିକାନ୍ତ ନାୟକକୁ ଗିରଫ କଲା କଟକ ସାଇବର ଥାନା ପୋଲିସ। ନଗଦ ୧୨ ହଜାର ଟଙ୍କା ଓ ଏକ ଫୋନ ଜବତ। କଟକ ଡିସିପି ପିନାକ ମିଶ୍ରଙ୍କ ସୂଚନା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.