କଟକରେ କାୟା ମେଲାଉଛି ଡେଙ୍ଗୁ : ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

କଟକ : କଟକରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । କଟକ ଏସ୍‌ସିବି ମେଡିକାଲରେ ବର୍ତ୍ତମାନ ୨୨ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୦ଜଣ ଡେଙ୍ଗୁ ଓ୍ଵାର୍ଡରେ ଥିବା ବେଳେ ଆଉ ଦୁଇଜଣ ଆଇସିୟୁରେ ଅଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଜାନୁଆରୀ ମାସରୁ ଏବେ ସୁଦ୍ଧା ଏସ୍‌ସିବି ମେଡିକାଲକୁ ୧ ହଜାର ୮ଶହ ୯୭ଟି ରକ୍ତ ନମୁନା ଆସିଛି । ଏଥିରୁ ୧୩୦ଟି ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛି । ସେହିପରି କଟକ ଜିଲ୍ଲାର ୬୧୮ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୫୨ଟି ପଜେଟିଭ୍‌ ଚିହ୍ନଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.