ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ସିଂହଦ୍ଵାର ଥାନା ପୋଲିସର କାର୍ଯ୍ୟଦକ୍ଷତା ପୁଣି ଥରେ ପ୍ରମାଣିତ ହୋଇଛି। ପୁରୀ ବୁଲିବାକୁ ଆସି ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ଶ୍ରଦ୍ଧାଳୁ ଲୀନାରାଣୀ ଶ୍ରୀବାସ୍ତବ ନିଜ ପର୍ସ ହଜାଇଦେଇଥିଲେ।
ଡ୍ୟୁଟିରେ ଥିବା ପୋଲିସ୍ କର୍ମଚାରୀ ପର୍ସଟିକୁ ପାଇ ସିଂହଦ୍ଵାର ଥାନା ପୋଲିସକୁ ଦେଇଥିଲେ। ପର୍ସରେ ୨୭୭୦ ଟଙ୍କା,ଗୋଟିଏ ହଳ ସୁନା କାନ ଫୁଲ ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ରହିଥିଲା। ହଜାଇଥିବା ପର୍ସକୁ ପାଇ ଶ୍ରଦ୍ଧାଳୁଙ୍କ ଖୁସି କହିଲେ ନସରେ।