ରାୟଗଡ଼ା ପରେ ଝାରସୁଗୁଡ଼ାରେ ଝାଡାବାନ୍ତି ଆତଙ୍କ, ଅନେକ ଆକ୍ରାନ୍ତ ଚିକିତ୍ସାଳୟରେ ଭର୍ତ୍ତି

ଝାରସୁଗୁଡ଼ା(କେନ୍ୟୁଜ୍): ରାୟଗଡ଼ା ପରେ ଝାରସୁଗୁଡ଼ାରେ ଝାଡାବାନ୍ତି ଆତଙ୍କ। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବାଦିମାଲ ଓ ପିଥିଣ୍ଡା ଗାଁରେ ବ୍ୟାପିଛି ଝାଡାବାନ୍ତି। ବାଦିମାଲ ଗାଁରେ ୧୦ରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ସେହିପରି ପିଥିଣ୍ଡା ଗାଁରେ ୨୬ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବାବେଳେ ୧୮ଜଣ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ପିଥିଣ୍ଡା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ।

Leave A Reply

Your email address will not be published.