ନିଆରା ଶୈଳୀରେ ପାଠପଢା, ଗୀତରେ ନାଚି-ନାଚି ବିଭିନ୍ନ ଅଙ୍ଗଭଙ୍ଗୀରେ ଶିକ୍ଷାଦାନ

କୋରାପୁଟ(କେନ୍ୟୁଜ୍): ନିଆରା ଶୈଳୀରେ ପାଠପଢା। ଗୀତରେ ଗୀତରେ ନାଚି ନାଚି, ବିଭିନ୍ନ ଅଙ୍ଗଭଙ୍ଗୀରେ ପାଠ ପଢାଉଛନ୍ତି ଶିକ୍ଷକ। ଏଥିରେ ପିଲା ଖୁସି ଆଉ ଶିକ୍ଷକ ବି। ଏପରି ଚିତ୍ତାକର୍ଷକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟର ଉପାନ୍ତ ଲମତାପୁଟ ସ୍କୁଲରେ। ଶିକ୍ଷକ ପ୍ରଫୁଲ କୁମାର ପାଠୀ ପ୍ରତିଦିନ ଏଭଳି କିଛି ଶୈଳୀରେ ପାଠ ପଢାଇଥାନ୍ତି। ଆଦିବାସୀ ବହୁଳ ଅଞ୍ଚଳରେ ପିଲାଙ୍କୁ ଏମିତି ନାଚଗୀତ ମାଧ୍ୟମରେ ପାଠ ପଢାଇଲେ ସେମାନେ ଏହାକୁ ସହଜରେ ଗ୍ରହଣ କରିପାରୁଥିବା ସେ କହିଛନ୍ତି । ଦୀର୍ଘଦିନ ଧରି ସେ ଏଭଳି ଶିକ୍ଷାଦାନ କରୁଥିବା ଓ ଏହା ତାଙ୍କୁ ଆତ୍ମସନ୍ତୋଷ ଦେଉଥିବା ମତ ରଖିଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.