SRFTI ପ୍ରତିଷ୍ଠାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ପ୍ରଶାସନିକ ବୈଠକ

କୋଲକାତା(କେନ୍ୟୁଜ୍): କୋଲକାତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ବୈଠକ । SRFTI ପ୍ରତିଷ୍ଠାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏକ ପ୍ରଶାସନିକ ବୈଠକ କରିଥିଲେ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ।

ଯେଉଁଥିରେ SRFTI ଡିନ୍‌, ପ୍ରଶାସକ ମଣ୍ଡଳୀ, ଅଧ୍ୟାପକ ଓ ପ୍ରଧ୍ୟାପକମାନେ ଯୋଗଦେଇଥିଲେ । ପ୍ରତ୍ୟେକ ଦିନ ନିଜ ନିଜର ଗଠନ ମୂଳକ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । କେନ୍ଦ୍ର ସରକାରଙ୍କ ତଥ୍ୟ ଓ ସମ୍ପ୍ରସାରଣ ବିଭାଗ ଆଭିମୁଖ୍ୟକୁ ଆହୁରି ବାସ୍ତବ ରୂପ ଦେବା ପାଇଁ ନିର୍ଦ୍ଦେଶକ କେତେକ ପ୍ରସ୍ତାବ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.