ରୋଜଗାରିଆ ପୁଅର ଦୁଇଟି ଯାକ କିଡନୀ ଫେଲ୍, ଆପଣଙ୍କ ସାହାଯ୍ୟ ଅପେକ୍ଷାରେ ବାପା, ମା’….

ଭୁବନେଶ୍ୱର (କେନ୍ୟୁଜ): କାନ୍ଦୁଛି ମା ‘ କାନ୍ଦୁଛନ୍ତି ବାପା । ପୁଅର ଏ ଅବସ୍ଥା ଦେଖି ଅସମ୍ଭାଳ ପରିବାର ଲୋକେ । ହେଲେ କିଛି କରିବାର ଏମାନଙ୍କ ପାଖରେ ଉପାୟ ନାହିଁ । ଏମାନେ କରିବେ ବା କଣ ? ଘରର ରୋଜଗାରିଆ ପୁଅ ଯେତେବେଳେ ରୋଗରେ ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଛି ସେତେବେଳେ ତାଙ୍କୁ ବଞ୍ଚାଇବା ପାଇଁ ପ୍ରାର୍ଥନା କରିବା ଛଡ଼ା ଉପାୟ ବି କିଛି ନାହିଁ । ଘରର ଗୋଟିଏ ବୋଲି ବଡ ପୁଅ ଦିବାନା ସ୍ୱାଇଁ। ବୁଢା ବାପା ଭାବିଥିଲା ପୁଅ ରୋଜଗାର କରି ଘର ଚଳେଇବ, କାନ୍ଧରେ କାନ୍ଧ ମିଶେଇବ। ହେଲେ ଦଇବ ସାଦିଲା ଦାଉ।

୩ ମାସ ତଳେ ହଠାତ୍ ଦିବାନାଙ୍କର ଦେହ ଖରାପ ହେବାକୁ ଲାଗିଲା । ଦେହ ହାତ ଫୁଲିବା ସହିତ କିଛି କିଛି ଲକ୍ଷଣ ପ୍ରକାଶ ପାଇଥିଲା । ଆଉ ଯେତେବେଳେ ଡାକ୍ତର କିଡନୀ ଫେଲ୍ କଥା କହିଥିଲେ । ସେତେବେଳେ ପୂରା ପରିବାରର ପାଦ ତଳୁ ହିଁ ମାଟି ଖସିଯାଇଥିଲା ।

ପୁଅକୁ ବଞ୍ଚେଇବା ପାଇଁ ଏବେ ହସ୍ପିଟାଲରୁ ହସ୍ପିଟାଲ ବୁଲୁଛନ୍ତି ବାପା ମାଆ । ଯାହା ଯେତିକି ସଞ୍ଚୟ ଥିଲା, ସେତକ ବି ସରିବାକୁ ବସିଲାଣି । ଦିବାନା ଭଲ ହେବାକୁ ହେଲେ, ଏବେ କିଡନୀ ଟ୍ରାନ୍ସପ୍ଲାଂଟ ଦରକାର ଥିବାବେଳେ, କେମିତି ଏତେ ଟଙ୍କା କେଉଁଠୁ ଆଣିବେ ତାକୁ ନେଇ ଚିନ୍ତାରେ ଦୁଃଖୀ ବାପା ମାଆ । ପରିବାର ପାଖରେ ଯାହା ଅର୍ଥ ଥିଲା ତାହା ସବୁ ପୁଅର ପ୍ରାଥମିକ ଚିକିତ୍ସାରେ ଖର୍ଚ୍ଚ ହୋଇସାରିଛି। ଏବେ କିଛି ଉପାୟ ନପାଇ ସରକାର ଓ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଅପେକ୍ଷା କରିଛନ୍ତି ଦିବାନାଙ୍କ ବାପା-ମାଆ।

ଭୁବନେଶ୍ୱର ଶିରିପୁର ଅଞ୍ଚଳରେ ରହୁଥିବା ଦିବାନାଙ୍କ ବାପା ରଙ୍ଗ କାମ କରି ପରିବାର ପୋଷୁଛନ୍ତି । ଆଉ ଘରର ଏମିତି ସ୍ଥିତିରେ ଭଉଣୀ ପାଠ ପଢାରେ ବି ଡୋରି ବନ୍ଧା ହେଇଛି । ଦିବାନାଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଏବେ ଲକ୍ଷ ଲକ୍ଷ ଟଙ୍କା ଦରକାର ଥିବାବେଳେ, ସରକାରୀ ସାହାଯ୍ୟକୁ ଅନେଇ ବସିଛନ୍ତି ପୂରା ପରିବାର ।

ସେପଟେ ଦିବାନାଙ୍କୁ ସହାୟତା ମିଳିଲେ ସେ ଭଲ ହେବା ସହ ପରିବାର ବଞ୍ଚିଯାଆନ୍ତି ବୋଲି କହିବା ସହ ସମସ୍ତେ ସହଯୋଗ କଲେ ଦିବାନା ନୂଆ ଜୀବନ ପାଇବେ ବୋଲି ପରିବାରର ଆଶା। ଆପଣଙ୍କର ଛୋଟିଆ ସାହାଯ୍ୟ ମଧ୍ୟ ଦିବାନାଙ୍କୁ ଦେଇପାରିବ ନୂଆ ଜୀବନ । ଆପଣ ଯଦି ଦିବାନାଙ୍କୁ ସାହାଯ୍ୟର ହାତ ବଢେଇବାକୁ ଚାହୁଁଛନ୍ତି । ତାଙ୍କୁ କିଛି ବି ସାହାଯ୍ୟ କରିବାକୁ ଇଚ୍ଛା କରୁଛନ୍ତି ତେବେ ନିଶ୍ଚୟ ସାହାଯ୍ୟର ହାତ ବଢାନ୍ତୁ । ଆଉ ଦିବାନାଙ୍କ ଜୀବନ ବଞ୍ଚେଇବାରେ ଏ ପରିବାରକୁ ସହାୟ ହୁଅନ୍ତୁ ।

ନାମ – ଦିବାନା ସ୍ୱାଇଁ
ଆକାଉଣ୍ଟ ନମ୍ବର – 50502310715
ଆଇଏଫଏସସି କୋର୍ଡ – IDIB000G597, ଆଲ୍ଲାବାଦ୍ ବ୍ୟାଙ୍କ୍
ଫୋନ୍ ପେ ନମ୍ବର – 7537994779

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.