ଆପଣ ସତ କଣ ଜାଣିବାକୁ ଚାହୁଁଛନ୍ତି ତ, ନା ଗୁଜବରେ ବିଶ୍ୱାସ କରି ଯାଉଛନ୍ତି ?

ଭୁବନେଶ୍ୱର (କେନ୍ୟୁଜ୍‌) : କେଉଁଟି ମନ୍ଦିର ଚୂଡ଼ାରେ ମୀନ ତ କେଉଁଠି ଶ୍ରୀମନ୍ଦିର ଉପରେ ଚିଲ ବୁଲୁଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣାକୁ କେବଳ ନକାରାତ୍ମକ ବ୍ୟକ୍ତିମାନେ ବଢ଼େଇ ଚଢ଼େଇ କରୁଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରି ଚର୍ଚ୍ଚାକୁ ଖୋରାକ ଯୋଗାଇବା ହେଉଛି ଏମାନଙ୍କ କାମ । ଆଉ ଏଥିରେ ବେଶି ସହାୟତା କରୁଛି ସୋସିଆଲ ମିଡିଆ । ଯାହାର ନିୟମ କାନୁନ କିଛି ନାହିଁ କହିଲେ ଚଳେ । ତେଣୁ କେଉଁ ଯୁଗର ଭିଡିଓକୁ ଭାଇରାଲ କରି ଲୋକଙ୍କୁ ବିଭ୍ରାନ୍ତ କରାଉଛନ୍ତି ।

ଏସବୁ ଅଶୁଭ ସୂଚନା । ଆଗକୁ ଅମଙ୍ଗଳ ହେବାର ସଂକେତ । ଏଭଳି ପ୍ରଚାର ଚାଲିଛି । ତେବେ ବିଶ୍ୱାସ ଓ ଅନ୍ଧବିଶ୍ୱାସ ଭିତରେ ଅନେକ ଫରକ ରହିଛି । ତେଣୁ ବର୍ତ୍ତମାନର ବନ୍ୟା ପରିସ୍ଥିତିରେ ସାଧାରଣ ଲୋକଙ୍କୁ ଡରାଇ ଖୁସି ହାସଲ କରୁଥିବା କିଛି ବ୍ୟକ୍ତି ନିଜ ଲକ୍ଷ୍ୟରେ ସଫଳ ହେବେ ନାହିଁ । ଇଏ କେଉଁ ଥଟ୍ଟା ପରିହାସର କଥା ନୁହେଁ । ଏଭଳି ପ୍ରଚାର କରିବା ଏକ ଅପରାଧ ମଧ୍ୟ । ଏ ଦିଗରେ ପ୍ରଶାସନ ମଧ୍ୟ ସଚେତନ ରହିବା ଜରୁରୀ । ଆଉ ସାଧାରଣ ଲୋକେ ମଧ୍ୟ ଏଭଳି ଭିଡିଓ ଏବଂ ଗୁଜବ ଆଦିକୁ ବିଶ୍ୱାସ କରନ୍ତୁ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.