ବ୍ରହ୍ମପୁର : ଟ୍ରାନ୍ସଫର୍ମରେ ଧକ୍କା ଖାଇଲା ଟ୍ରକ୍‌, ବିଦ୍ୟୁତ୍‌ ସକ୍‌ରେ ଚାଲିଗଲା ଡ୍ରାଇଭର ଓ ସୁପରଭାଇଜରଙ୍କ ଜୀବନ, ହେଲପର ଆହତ

ବ୍ରହ୍ମପୁର(କେନ୍ୟୁଜ୍): ଏମିତି ବି ଆସେ ମୃତ୍ୟୁ । ଅନ୍ଧାର ରାତିରେ ଘଟିଗଲା ଅଘଟଣ । ପାର୍କିଂ ବେଳେ ଘଟିଗଲା ଏଭଳି ଦୁର୍ଘଟଣା । ମାଛ ବୋଝେଇ ପାଇଁ ଆସିଥିବା ଟ୍ରକଟି ବ୍ୟାକ୍ କରୁଥିବା ବେଳେ ବିଦ୍ୟୁତ ଟ୍ରାନ୍ସଫର୍ମରରେ ଲାଗିଗଲା । ଟ୍ରାନସଫର୍ମର ସଂସ୍ପର୍ଶରେ ଆସି ଚାର୍ଜ ହୋଇଗଲା ଟ୍ରକ । ବିଦ୍ୟୁତ୍ ସଂସ୍ପର୍ଶରେ ପ୍ରଥମେ ଆସିଥିଲେ ହେଲପର । ସେ ତଳେ ପଡ଼ି ଯାଇଥିବା ବେଳେ ହେଲପରକୁ ଦେଖି ଡ୍ରାଇଭର ସିଟରୁ ଓହ୍ଲାଇଥିଲେ । ହେଲେ ଡୋରରେ ଲାଗିଥିବା ରଡ୍ରେ କରେଣ୍ଟ ଲାଗି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଠିକ୍‌ ସେହିଭଳି ଭାବେ ଗାଡ଼ିରେ ବସିଥିବା ସୁପରଭାଇଜର୍‌ ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ ହେଲପର ଆହତ ହୋଇ ଏବେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

electric shock

ଏହି ଘଟଣା ଘଟିଛି ଗଞ୍ଜାମ ସୁନାପୁର ଥାନା ଅନନ୍ତରାୟପୁର ଅଂଚଳରେ । ମୃତକ ଡ୍ରାଇଭର୍‌ ଜଣକ ହେଲେ ତାମିଲନାଡୁ ଅଂଚଳର ପଂଖିଲ ନାଥନ ଓ ସୁପରଭାଇଜର ମଧ୍ୟମ କୁମାର ମୁଥୁଗଞ୍ଜନ । ଗତକାଲି ରାତିରେ ଏମାନେ ଅନ୍ତନରାୟପୁର ଗାଁରେ ପହଂଚି ମାଛ ଲୋଡ଼ କରିବା ପାଇଁ ଟ୍ରକକୁ ପାର୍କିଂ କରୁଥିଲେ । ଏହି ସମୟରେ ହେଲପର ଜଣକ ଗାଡିରୁ ଓହ୍ଲାଇ ବ୍ୟାକ୍ କରାଇବାରେ ସହାୟତା କରୁଥିଲେ । ଅନ୍ଧାରରେ ଟ୍ରାନ୍ସଫର୍ମରଟି ନ ଦିଶିବାରୁ ତାକୁ ଟ୍ରକ ଧକ୍କା ଦେଇଥିଲା । ଫଳରେ ହେଲପର ଜଣକ ବିଦ୍ୟୁତ ଆଘାତ ପାଇ ତଳେ ପଡ଼ି ଯାଇଥିଲେ । ହେଲ୍ପର ଜଣକ ପଡିଯିବା ଦେଖି ଗାଡି ଡୋର ଖୋଲି ତଳକୁ ଆସିବା ବେଳେ ଡୋରକୁ ଧରିବାରୁ ଇଲେକଟ୍ରିକ୍‌ ସକ୍‌ ରେ ଉଭୟ ଡ୍ରାଇଭର ଓ ସୁପରଭାଇଜର ମୃତ୍ୟୁବରଣ କରିଥିଲେ । ସଂଗେ ସଂଗେ ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଖବର ପାଇ ବିଦ୍ୟୁତ ବିଭାଗ ଓ ପୋଲିସ ଘଟଣା ସ୍ଥଳରେ ପହଁଚି ଥିଲେ । ବିଦ୍ୟୁତ ସଂଯୋଗ କାଟି ଦୁଇଜଣଙ୍କର ମୃତଦେହ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.