ନକଲି ଔଷଧକୁ ନେଇ ତନାଘନା: ଭୁବନେଶ୍ୱରରେ ମେଡିସନ ଦୋକାନରେ ଡ୍ରଗ୍ସ କଣ୍ଟ୍ରୋଲ ପକ୍ଷରୁ ଚଢଉ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ମେଡିସନ ଦୋକାନରେ ଡ୍ରଗ୍ସ କଣ୍ଟ୍ରୋଲ ପକ୍ଷରୁ ଚଢଉ । ନକଲି ଔଷଧ କାରବାର ଅଭିଯୋଗରେ ଚଢାଉ କରିଥିଲା ଡ୍ରଗ୍ସ କଣ୍ଟ୍ରୋଲ ୟୁନିଟ।ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଅ ଚାଲିଥିଲା। ଭୁବନେଶ୍ୱରରେ ୩ ଜଣ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ନତୃତ୍ୱରେ ଚାଲିଥିଲା ରେଡ। ଟେଲମା ୪୦ର ନକଲି ଔଷଧ ବଜାରରେ ବିକ୍ରି ହେଉଥିବା ପୂର୍ବରୁ ଅଭିଯୋଗ ହୋଇଆସୁଥିଲା । ଏକ ଅଭିଯୋଗକୁ ଭିତ୍ତି କରି ଚଢାଉ କରାଯାଇଥିବା ସୂଚନା ମିଳିଛି।

ରାଜ୍ୟର ବିଭିନ୍ନ ସହରରେ ଟେଲମା ବ୍ରାଣ୍ଡର ନକଲି ଔଷଧ ପହଁଚିଥିବା ଖବର ପାଇ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ କଟକ ସହରରେ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଛି । ନକଲି ଔଷଧ କାରବାର ଅଭିଯୋଗରେ ଡ୍ରଗ କଣ୍ଟ୍ରୋଲର ବିଭାଗ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ରାଜ୍ୟରେ ଏକ ନାମୀ କମ୍ପାନୀର ଔଷଧକୁ ନକଲି କରାଯାଉଥିବା ତଥ୍ୟ ସାମନାକୁ ଆସିଛି । ଫଳସ୍ବରୂପ ଚଢାଉ ସମୟରେ ଜବତ ହୋଇଥିବା ଔଷଧର ନମୁନା ସଂଗ୍ରହ କରି ସେଗୁଡ଼ିକୁ ପରୀକ୍ଷା ପାଇଁ ଡ୍ରଗ କଣ୍ଟ୍ରୋଲର ବିଭାଗର ପରୀକ୍ଷାଗାରକୁ ପଠାଇଛି । ତେବେ ପ୍ରାଥମିକ ସ୍ତରରେ ଜବତ ହୋଇଥିବା ଔଷଧଗୁଡ଼ିକ କେବଳ ନକଲି ନୁହେଁ ବରଂ ବିଶାକ୍ତ ବୋଲି ସନ୍ଦେହ ପ୍ରକାଶ କରିଛି ଡ୍ରଗ୍ସ ବିଭାଗ ।

କଟକର ମାଣିକଘୋଷ ବଜ଼ାର ଅଞ୍ଚଳରେ ଥିବା ଏକ ଡିଷ୍ଟ୍ରିବୁଟରଙ୍କ ଜରିଆରେ ରେ କାରବାର ହୋଇ ଥିବା ୩୦ ଲକ୍ଷ ଟଙ୍କାର ସନ୍ଧିଗ୍ଧ ବିଷାକ୍ତ ଔଷଧ କୁ ବଜାର ରୁ ପ୍ରତ୍ୟାହାର କରାଯାଉ ଥିବା ବିଭାଗ ପକ୍ଷ ରୁ ସୂଚନା ଯାଇଛି। ସେପଟେ ଏ ନେଇ ପ୍ରତିକ୍ରିୟା ରଖିଛି କଟକ ଜିଲ୍ଲା ଡ୍ରଗିଷ୍ଟ ଆସୋସିଏସନ। ଔଷଧ ନକଲି କିମ୍ବା ଅସଲି ତାହା ଜାଣିବା ପାଇଁ ଔଷଧ ବ୍ୟବସାୟୀ ଙ୍କ ପାଖରେ କୌଣସି ବ୍ୟବସ୍ଥା ନାହିଁ। ବ୍ୟବସାୟୀ ମାନେ ବିଲ ରେ ଔଷଧ କିଣନ୍ତି ଓ ବିକ୍ରି ମଧ୍ୟ କରନ୍ତି ବୋଲି କହିବା ସହ ଯେଉଁ ବ୍ୟବସାୟୀ ମାନେ ଏହି ଔଷଧଗୁଡିକ ଯେଉଁ ବ୍ୟବସାୟୀ ଙ୍କ ପାଖରେ ରେ ରହିଛି ସେଗୁଡିକୁ ଫେରାଇ ଆଣିବା ପାଇଁ ସଂଘ ପକ୍ଷ ରୁ ମଧ୍ୟ ଉଦ୍ୟମ କରାଯାଉ ଥିବା କହିଛନ୍ତି କଟକ ଜିଲ୍ଲା ଡ୍ରଗିଷ୍ଟ ଆସୋସିଏସନର ସଭାପତି ଭାଗବତ ପ୍ରସାଦ ସାହୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.