ଟ୍ରାକରେ ଚମକିଲେ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ ଓ ଜଉନା ମୁର୍ମୁ

ଭୁବନେଶ୍ବର : ଜାକର୍ତ୍ତା ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଦୁଇ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଓ ଜଉନା ମୁର୍ମୁ। ୨୦୦ ମିଟର ରେସ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଦୂତି ଚାନ୍ଦ। ଗୌହାଟିରେ ଅନୁଷ୍ଠିତ ୫୮ତମ ଜାତୀୟ ସିନିଅର ଆଥଲେଟିକ୍ ମିଟରେ ଏହି ସଫଳତା ପାଇଛନ୍ତି ଦୂତୀ। ସେ ୨୦୦ ମିଟରକୁ ୨୩ ଦଶମିକ ୪୬ ସେକେଣ୍ଡରେ ଅତିକ୍ରମ କରିଥିଲେ।

ଆଗକୁ ୧୦୦ ଏବଂ ୪ ଗୁଣା ୧୦୦ ମିଟର ରିଲେ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରି ଏସିଆନ୍ ଗେମ୍ସରେ ପଦକ ଜିତିବେ ବୋଲି ଦୂତୀ ଆଶା ପ୍ରକାଶ କରିଛନ୍ତି। ସେହିପରି ୪୦୦ ମିଟର ହର୍ଡଲସ୍ରେ ସ୍ୱର୍ଣ୍ଣ ଜିତିଛନ୍ତି ଜଉନା ମୁର୍ମୁ। ଏହାସହ ଆସନ୍ତା ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଚଳିତବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ଜାକର୍ତ୍ତା ଏସିଆନ୍ ଗେମ୍ସ ଆୟୋଜିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.