ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି: ୧୧ ଜିଲ୍ଲାକୁ ପଠାଗଲା ପୋଲିଂ ପାର୍ଟି

କେନ୍ୟୁଜ୍(ବ୍ୟୁରୋ):ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି । ଆଜି ୧୧ ଜିଲ୍ଲାକୁ ପୋଲିଂ ପାର୍ଟି ଯାଇଥିବା ବେଳେ ଆସନ୍ତାକାଲି ୧୯ ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯିବେ । ୧୬ ତାରିଖ ଦିନ ସକାଳ ୭ଟାରୁ ଅପରାହ୍‌ଣ ଗୋଟାଏ ଯାଏ ଭୋଟ ଗ୍ରହଣ କରାଯିବ । ଏକାଥରେ ୪ଟି ପଦବୀ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଭୋଟ ଦେବେ ଭୋଟର । ତେଣୁ ଏକ୍ଷେତ୍ରରେ ବାଲାଟ ପେପରରେ ମତଦାନରେ କିଛି ଭୁଲ ହେଲେ ଭୋଟ ନାକଚ ହୋଇଯିବ । ଭୋଟରମାନେ କିପରି ସଠିକ ଭାବେ ଭୋଟ ଦେବେ ସେନେଇ ଅବଗତ କରାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

polling partya

କୌଣସି ଏକ ପଦବୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏକାଧିକ ପ୍ରାର୍ଥୀଙ୍କୁ ଜଣେ ଭୋଟର ଭୋଟ୍‌ ଦେଲେ ତାହା ନାକଚ ହେବ । ପ୍ରତି ବାଲାଟ ପେପରରେ ୧୦ଟି ଚିହ୍ନ ରହିଛି । ତେଣୁ ଯେଉଁ ଚିହ୍ନରେ କେହି ପ୍ରାର୍ଥୀ ନଥିବେ ତାକୁ ଫୋଲଡ କରି ବାଲାଟ ପେପର ଭୋଟରଙ୍କୁ ଦେବାକୁ ପ୍ରିଜାଇଡିଂ ଅଫିସରଙ୍କୁ ନିର୍ଦ୍ଦେଶ ରହିଛି । ଯଦି ଯେଉଁ ଚିହ୍ନରେ କେହି ପ୍ରାର୍ଥୀ ନଥିବେ, ଆଉ ତାହା ଫୋଲଡ ହୋଇଥିବ ଯଦି ମତଦାତା ସେଥିରେ ଭୋଟ ଦିଅନ୍ତି ତେବେ ତାହା ନାକଚ ହେବ ନାହିଁ । କାରଣ ସେହି ଚିହ୍ନରେ କେହି ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁନାହାନ୍ତି । ତେଣୁ ତାହା ନାକାଚ ହେବନାହିଁ, ବୈଧ ରହିବ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.