ଚାର୍ଜ ବେଳେ ଫାଟିଲା ବାଇକ ବ୍ୟାଟେରୀ, ସୋ ରୁମକୁ ବ୍ୟାପିଲା ନିଆଁ

ଯାଜପୁର ଟାଉନ(କେନ୍ୟୁଜ୍):  ଚାର୍ଜ ବେଳେ ଫାଟିଲା ବାଇକ ବ୍ୟାଟେରୀ।ଯାଜପୁର ଲଳିତେଶ୍ବରନଗର ର ଏକ ବ୍ୟାଟେରୀ ଚାଳିତ ବାଇକ ସୋ ରୁମରେ ଘଟିଛି ଅଘଟଣ। ଗାଡି ବ୍ୟାଟେରୀ ଚାର୍ଜ ହେଉଥିବା ସମୟରେ ହଠାତ ଏକ ବ୍ୟାଟେରୀ ବିସ୍ପୋରଣ ହୋଇଥିଲା।

jajpur fireଫଳରେ ନିଆଁ ପୁରା ସୋ ରୁମକୁ ବ୍ୟାପିଥିଲା। ଏଥିରେ ମୋଟ ୩ ଟି ବାଇକ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଲିଭାଇବାକୁ ଯାଇ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀ ହେଉଛନ୍ତି ତପୁନା ସାହୁ। ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି  କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.